ଚୂଡ଼ାନ୍ତ ହୋଇପାରିଲାନି ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନାମ

ନୂଆଦିଲ୍ଲୀ: ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଚୟନ ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ୍ କମିଟି ବସିଥିଲା। ତେବେ କମିଟିରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ସିବିଆଇ ମୁଖ୍ୟଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ।

ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୭୦ରୁ ୮୦ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ସପ୍ତାହରେ କରିବା ପାଇଁ ସ୍ଥିର କରାଯାଇଛି।

ଉଚ୍ଚସ୍ତରୀୟ ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରମୁଖ ସାମିଲ ହୋଇଥିଲେ। ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଲୋକ ବର୍ମାଙ୍କୁ ହାଇପାୱାର ସିଲେକ୍ସନ୍ କମିଟି ୨:୧ ଭୋଟ୍‌ରେ ବିଦା କରିବା ପରେ ଏମ୍ ନାଗେଶ୍ୱର ରାଓ ଅନ୍ତରୀଣ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ସ୍ଥାୟୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇଁ ବୈଠକ ବସିଥିଲା

You might also like