ବୈଠକ ପରେ ବି ବାହାରିଲା ନାହିଁ କୌଣସି ନିସ୍କର୍ଷ

ଚାଷୀଙ୍କୁ ନେଇ ରାଜନୀତି।

ନୂଆଦିଲ୍ଲୀ: ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ତେବେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ମିଳିଥିବା ସୂଚନା ଅନୁସାରେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରି ପାରିନଥିବା ଜଣାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କ କଥା ନଶୁଣୁଥିବା ଅଭିଯୋଗ କରି ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ରହିଛି। ସେହିପରି ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ନେମାନେ କହିଛନ୍ତି।

ଆଜିର ବୈଠକରେ କେନ୍ଦ୍ର ସରକାର କୃଷି ଆଇନକୁ ୨ ବର୍ଷ ଯାଏ ସ୍ଥଗିତ ରଖିବାକୁ ରାଜିଥିବା ଚାଷୀମାନଙ୍କୁ କହିଥିଲେ। ହେଲେ ଚାଷୀମାନେ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନିଜ ଜିଦରେ ଅଟଳ ରହିଲେ। କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ ଯେ କୃଷି ଆଇନରେ କିଛି ବି ଖରାପ ନାହିଁ। କିନ୍ତୁ କେନ୍ଦ୍ର ସରକାର ଚାଷୀମାନଙ୍କି ସମ୍ମାନ ଜଣାଇଥାଆନ୍ତି ତେଣୁ କେବଳ ତାଙ୍କ କଥା ଅନୁସାରେ ୨ ବର୍ଷ ଲାଗି ଆଇନକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ହୋଇଛି।

କେବଲ ଏତିକି ନୁହେଁ ବରଂ, ଏହା ହିଁ ସବୁଠାରୁ ବଡ଼ ଭଲ ପ୍ରସ୍ତାବ। ଚାଷୀମାନେ ଏହା ଉପରେ ବିଚାର କରନ୍ତୁ। ସରକାର ଏହାଠାରୁ ଭଲ ଆଉ ପ୍ରସ୍ତାବ ଆଉ କିଛି ଦେଇ ପାରିବେ ନାହିଁ। ଚାଷୀମାନେ ଏହି ପ୍ରସ୍ତାବକୁ ଖାରଜ କରିବା ପୂର୍ବରୁ ଆଉ ଥରେ ଭାବନ୍ତୁ। କିନ୍ତୁ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏହାପରେ କୃଷିମନ୍ତ୍ରୀ କହିଥିଲେ ଆମେ ଆଉ ଥରେ ବୈଠକ କରିବା। କିନ୍ତୁ ସମୟ ଓ ତାରିଖ ସମ୍ପର୍କରେ ସେ କିଛି ବି କହି ନଥିଲେ। ସରକାରଙ୍କ ଆଭିମୁଖ୍ୟ ଦେଖି ଚାଷୀମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ସେମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି।

ଏପଟେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ବି ପୂର୍ବରୁ ଦଇଥିଲେ। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦୋଇଥିଲେ କୋର୍ଟ। ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେ ଦିନ ପର୍ଯ୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ଚାଷୀଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି ।

You might also like