ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ଉପରେ ରୋକ୍‌ ଲଗାଇଲେ ନିର୍ବାଚନ କମିଶନ

ସେଲିବ୍ରେସନ୍‌ ବନ୍ଦ

  • ବିଜୟ ରାଲି କଲେ କାର୍ଯ୍ୟାନୁଷ୍ଠାନ
  • ନିର୍ବାଚନ ଫଳ ଘୋଷଣା ପରେ ବିଜୟ ରାଲି କଲେ କାର୍ଯ୍ୟାନୁଷ୍ଠାନ
  • ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ECଙ୍କ ଚିଠି
  • ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ବନ୍ଦ କରିବାକୁ ନିର୍ଦ୍ଦେଶ
  • ରାଲି ହେଲେ ସ୍ଥାନୀୟ ପୋଲିସ ଅଧତ୍କାରୀ ଦାୟୀ ରହିବେ
  • ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ EC

ନୂଆଦିଲ୍ଲୀ: ବିଜୟ ରାଲି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଗଣତି ଚାଲିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ କୌଣସି ଦଳ ପାଳନ କରିବେ ନାହିଁ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ EC ଚିଠି ଲେଖିଛନ୍ତି। ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ବନ୍ଦ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଲି ହେଲେ ସ୍ଥାନୀୟ ପୋଲିସ ଅଧତ୍କାରୀ ଦାୟୀ ରହିବା ସହ  ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି EC କହିଛନ୍ତି।

କେବଳ ଏତିକି ନୁହେଁ ବରଂ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ସୂଚନା ମିଳିଛି। ଏହାସହ ଆଜି କୋଲକାତାରେ TMCର ରାଲି ପରେ EC କ୍ଷୋଭ ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏନେଇ ECଙ୍କ କୈଫିୟତ ତଲବ ମଧ୍ୟ କରିଛନ୍ତି। ମେ ୨ ପରେ ବିଜୟ ରାଲିକୁ ପୂର୍ବରୁ ବାରଣ କରିଛନ୍ତି EC।

ତେବେ ଫୋକସରେ ରହିଛି ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି ବଜାୟ ରଖିବା ନେଇ କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକଜିଟ୍ ପୋଲରେ ବିଜେପି ବିଜୟୀ ହେବା ନେଇ ଆକଳନ କରିଥିଲା। ତେଣୁ ରାଜନୈତିକ ଦୃଷ୍ଟି କୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗର ଫଳାଫଳକୁ ନେଇ ଉତ୍କଣ୍ଠା ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଙ୍ଗରେ ଶାସନକୁ ଫେରିବା ଲାଗି ବିଜେପି ଜି ଜାନ ଲଗାଇଦେଇଥିଲା।

ହେଲେ ବର୍ତ୍ତମାନ ସମୟରେ ଚାଲିଥିବା ଟ୍ରେଣ୍ଡକୁ ଦେଖିଲେ ଦିଦି ପୁଣି ଥରେ ଶାସନ କ୍ଷମତାକୁ ଫେରିବେ ବୋଲି ଜଣାପଡ଼ୁଛି। କିନ୍ତୁ ଏବେଠୁ ଟିଏମସି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଗଲାଣି। ବିଭିନ୍ନ ସ୍ଥାନରେ ସେମାନେ ବିଜୟ ଉତ୍ସବର ପ୍ରସ୍ତୁତି କରୁଥିବା ନଜର ଆସିଛି। ଆଉ ଏହି ସମୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ବିଜୟ ଉତ୍ସବକୁ ଫିକା କରିଦେଇଛି।

You might also like