ଧାର୍ଯ୍ୟ ତାରିଖରେ ହେବ JEE ମେନ୍, NEET

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA । JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି । ଏନଟିଏର ଏହି ସୂଚନା ପରେ ପିଲାଙ୍କ ମନରେ ପରୀକ୍ଷା ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।

ଏପଟେ ଜେଇଇ ମେନ୍ ଲାଗି ପରିକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ପ୍ରକାଶ ପାଇଥିବା ବେଳେ ନିଟ୍ ପରୀକ୍ଷା ପାଇଁ ଖୁବଶୀଘ୍ର ଆଡମିଟ୍ କାର୍ଡ ପ୍ରକାଶ ପାଇବ ବୋଲି ଏନଟିଏ ସୂଚନା ଦେଇଛି। ଉଭୟ ପରୀକ୍ଷା ଲାଗି ୯୯ ପ୍ରତିଶତ ଛାତ୍ରଛାତ୍ରୀ ଦେଇଥିବା ପ୍ରଥମ ସେଣ୍ଟର ପସନ୍ଦ ପୂରଣ କରାଯାଇଥିବା ସୂଚନା ଦେଇଛି ଏନଟିଏ । ସେହିଭଳି JEE (ମେନ୍)ର ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବା ବେଳେ NEET (ୟୁଜି) ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି।

ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପରୀକ୍ଷାର୍ଥୀଙ୍କ  ଲାଗି ସୁବିଧା କରିବାକୁ ରାଜ୍ୟ ସରକାରମାନଙ୍କୁ ଏନଟିଏ ଚିଠି ଲେଖିଥିବା କହିଛି।

ସୂଚନାଥାଉ କି, JEE (ମେନ୍) ପାଇଁ ୮ ଲକ୍ଷ ୫୮ ହଜାର ଓ NEET (ୟୁଜି) ପାଇଁ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି।

ଆହୁରି ପଢ଼ନ୍ତୁ

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

You might also like