ଶୀଘ୍ର ଆରମ୍ଭ ହୋଇପାରେ ବିମାନ ସେବା, କ୍ୟାବିନ୍‌ ବ୍ୟାଗେଜ୍ ପାଇଁ ମିଳିନପାରେ ଅନୁମତି

ନୂଆଦିଲ୍ଲୀ: ଦେଶରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ବିମାନ ସେବା ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଯାତ୍ରମୀନଙ୍କ ସୁରକ୍ଷା ଲାଗି ନୂଆ ନିୟମ ସହ ପୁଣିଥରେ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରୁଛି।

ପୁଣିଥରେ କମର୍ସିଆଲ୍‌ ବିମାନ‌ ଉଡ଼ାଣ ଆରମ୍ଭ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରିଛି। ଏଥିପାଇଁ Standard Operating Procedure (SOP)ର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ହେଲେ ଫାଇନାଲ୍‌ SOP ଏପର୍ଯ୍ୟନ୍ତ ଜାରି ହୋଇନାହିଁ।

ବିମାନରେ ଯାତ୍ରା ପାଇଁ ଯୋଜନା କରିଥିବା ବ୍ୟକ୍ତିଙ୍କୁ କ୍ୟାବିନ୍‌ ବ୍ୟାଗେଜ୍ ନେବା ଅନୁମତି ମିଳି ନ ପାରେ। ଏହାସହ ଯାତ୍ରୀମାନଙ୍କୁ ‌ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ ପଡ଼ିବ। ସେହିପରି ବିମାନ ଉଡ଼ାଣର ୨ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ ବୋଲି ଏହି ଚିଠାରେ ପ୍ରସ୍ତାବ ଦିଆଯାଇଛି।

ଏହାସହ ୱେବ୍-ଚେକ୍‌ ଇନ୍, ଆସୁଥିବା ଏବଂ ଯାଉଥିବା ସମସ୍ତ ଯାତ୍ରୀଙ୍କ ଶରୀରର ତାପମାତ୍ରା ଯାଞ୍ଚ ଇତ୍ୟାଦିକୁ ନେଇ ମଧ୍ୟ ଏହି ଚିଠାରେ ପ୍ରସ୍ତାବ ଦିଆଯାଇଛି। ଖାଲି ଯାତ୍ରୀ ନୁହନ୍ତି, ସିକ୍ୟୁରିଟି ଏଜେନ୍ସି, ବିମାନ ବନ୍ଦର ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ନିୟମାବଳୀ ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାସହ ସାମାଜିକ ଦୂରତ୍ୱ ବଜାୟ ସହ ପ୍ରବେଶ ପଥରେ ପରିଚୟ ପତ୍ର ଯାଞ୍ଚ କରିବା ବ୍ୟବସ୍ଥାକୁ ହଟାଇ ଦିଆଯିବା ନେଇ ପ୍ରସ୍ତାବ ଦିଆଯାଇଛି।

ଦେଶରେ କରୋନା ସକ୍ରଂମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ବିମାନ ଉଡ଼ାଣ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like