ମୃତ୍ୟୁହାରକୁ ରୋକିପାରୁନି ପ୍ଲାଜ୍‌ମା ଥେରାପି

ନୂଆଦିଲ୍ଲୀ: କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲଗାଇପାରୁନି ପ୍ଲାଜମା ଥେରାପି । ମଧ୍ୟମ କିମ୍ବା ଗୁରୁତର ରୋଗୀଙ୍କ ଦେହରେ ଏହି ଥେରାପି କାମ କରୁନି ବୋଲି କହିଛି ICMR ।

ପ୍ଲାଜମା ଥେରାପି ନେଇ ୪୬୪ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଛି । ଦେଶର ୩୯ ହସ୍ପିଟାଲରେ ହୋଇଥିବା ପରୀକ୍ଷାନିରୀକ୍ଷାରେ ୩୫୦ ଜଣ ଡାକ୍ତର ଭାଗ ନେଇଥିଲେ । ତେବେ ଏହା ମଧ୍ୟରୁ ଗୁରୁତର ରୋଗୀଙ୍କ ଦେହରେ ପ୍ଲାଜ୍‌ମା ଥେରାପି କାମ କରୁନି। ଯାହାଫଳରେ ମୃତ୍ୟୁହାର ରୋକାଯାଇ ପାରୁନି ବୋଲି ICMR ଡିଜି କହିଛନ୍ତି।

ICMR ଡିଜି ବଳରାମ ଭାର୍ଗବ କହିଛନ୍ତି, ରିପୋର୍ଟରେ କୁହାଯାଇଛି, କୋଭିଡ ଗୁରୁତର ମାମଲାରେ ମୃତ୍ୟୁହାରକୁ ରୋକିବାରେ ପ୍ଲାଜମା ଥେରାପି ‍ସଫଳ ହୋଇପାରୁନି।

ତେବେ ICMR ହର୍ସ ସେରମ ଉପରେ କାମ କରୁଛି । ଏହା କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଥିବା ଆଇସିଏମଆରର ନିର୍ଦ୍ଦେଶକ କହିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like