ଚିଦାମ୍ବରମଙ୍କୁ ଜାମିନ୍‌ ଦେଲେନି ସୁପ୍ରିମକୋର୍ଟ; ଗିରଫ୍‌ କରିପାରିବ ଇଡି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡେରିଙ୍ଗ୍ କେଶ୍‌ରେ ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ହେପାଜତରେ ଥିବା ଚିଦାମ୍ୱରମଙ୍କୁ ଏବେ ଇଡି ଗିରଫ୍ କରିପାରିବ।

ଆଇଏନ୍‌ଏକ୍ସ ଡିଲରେ ଚିଦାମ୍ୱରମ ନିଜ ପଦବୀର ଅପବ୍ୟବହାର କରି ବେଆଇନ ଆର୍ଥିକ ନେଣଦେଣ କରିଥିବା ଇଡି କୋର୍ଟରେ ଦର୍ଶାଇଛି। ଏ ନେଇ ସମ୍ପୂର୍ଣ୍ଣ ପ୍ରମାଣ ରହିଛି ବୋଲି ଇଡି କହିଛି। ଯଦି ଅଗ୍ରୀମ ଜାମିନ୍ ମିଳିଯିବ ଚିଦାମ୍ୱରମଙ୍କୁ ତାହେଲେ ପ୍ରମାଣ ନଷ୍ଟ ହେବାର ସମ୍ବାବନା ଅଧିକ ରହିଛି ବୋଲି କୋର୍ଟରେ ଇଡି ଦର୍ଶାଇଥିଲା।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଚିଦାମ୍ୱରମ ସେପ୍ଟମ୍ୱର ୫ଯାଏ ସିବିଆଇ ହେପାଜତରେ ରହିବେ, ସେତେଦିନ ଯାଏ ତିହାର ଜେଲ୍ ଯାଇ ପାରିବେ ନାହିଁ। ଚିଦାମ୍ୱରମଙ୍କୁ ଶେଷଥର ସିବିଆଇ ରିମାଣ୍ଡରେ ନେଇ କୋର୍ଟରେ ହାଜର କରିଥିଲା।

କୋର୍ଟରେ ପକ୍ଷ ରଖି ସିବିଆଇ କହିଥିଲା, ଏବେ ଚିଦାମ୍ୱରମଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଚାହୁଁନି ବରଂ ନ୍ୟାୟିକ ପ୍ରକ୍ରିୟାରେ ତିହାର ଜେଲ୍ ପଠାଇବା ଉଚିତ୍। ଏହାପରେ ଚିଦାମ୍ୱରମଙ୍କ ଓକିଲ ପକ୍ଷ ରଖି କହିଥିଲେ, ଚିଦାମ୍ୱରମଙ୍କ ବୟସ ୭୪ ହୋଇଯାଇଥିବାରୁ ତାଙ୍କୁ ତିହାର ଜେଲ୍ ପଠାଇବା ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ। ଏହାପରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ସେପ୍ଚେମ୍ୱର ୫ ଯାଏ ସିବିଆଇ ହେପାଜତକୁ ପଠାଇ ଦେଇଥିଲେ।

ଆଜି ସୁପ୍ରିମକୋର୍ଟରେ ଇଡି ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରି କହିଛନ୍ତି, ଚିଦାମ୍ୱରମଙ୍କୁ ଜାମିନ୍ ଦେବା ଠିକ୍ ହେବନି। ଏୟାରସେଲ୍-ମାକ୍ସିସ ମାମାଲରେ ଆର୍ଥିକ ଅପରାଧ ବିଭିନ୍ନ ସ୍ତରରେ ଚିଦାମ୍ୱରମଙ୍କ ନାଁରେ ରହିଛି। ଯଦି ଜାମିନ୍ ଦିଆଯିବ ତାହେଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଚିଦାମ୍ୱରମ୍ ଅଗ୍ରୀମ ଜାମିନ୍ ବଦଳରେ ରେଗୁଲାର ଜାମିନ୍ ପାଇଁ ଆବେଦନ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥାମାନେ ଚିଦାମ୍ୱରମଙ୍କ ବିରୋଧରେ ଅଦାଲତରେ କେସ୍ ଡାଏରୀ ଦାଖଲ କରିପାରିବେ।

ସୁପ୍ରିମକୋର୍ଟରେ ଏହି ଶୁଣାଣି ବେଳେ କୋର୍ଟରେ ଚିଦାମ୍ୱରମଙ୍କ ସ୍ତ୍ରୀ ନଳିନୀ ଚିଦାମ୍ୱରମ, ପୁଅ କାର୍ତ୍ତୀ ଚିଦାମ୍ୱରମ୍, ଓକିଲ ଅଭିଷେକ ମନୁ ସିଂହବି ଏବଂ କପିଲ୍ ସିବଲ୍ ଉପସ୍ଥିତ ଥିଲେ।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like