ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ହେଲା ଗୋଆ

ଗୋଆ: କରୋନା ଭୟ ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଆସିଛି ଏକ ଖୁସି ଖବର। ଭାରତରେ କରୋନାକୁ ସମ୍ପୂର୍ଣ୍ଣ ମାତ୍‌ ଦେବାରେ ସଫଳ ହୋଇଛି ଗୋଆ ।  ବର୍ତ୍ତମାନ ପାଇଁ କରୋନା ମୁକ୍ତ ହୋଇଛି ଗୋଆ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି ।

ଦେଶର ଗୋଆ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନା ମୁକାବିଲା ପାଇଁ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ଜଣେ ହେଲେ ବି ଆକ୍ରାନ୍ତ ନଥିଲେ ମଧ୍ୟ ସମସ୍ତଙ୍କୁ ଲକଡାଉନ ନିୟମ ଓ ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଗାଇଡଲାଇନ ମାନିବାକୁ ସେ ରାଜ୍ୟବାସୀଙ୍କୁ କହିଛନ୍ତି।

ଗୋଆରେ ୬ଜଣ ବିଦେଶୀଙ୍କ ସହ ମୋଟ ୭ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ପୂର୍ବରୁ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗତକାଲି ଆଉ ଜଣଙ୍କ ନମୁନା ନେଗେଟିଭ୍ ଆସିଛି । ଏପ୍ରିଲ ୩ ପରଠାରୁ ଗୋଆରେ କୌଣସି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।

You might also like