ନବୀନଙ୍କ ସହିତ କଥା ହେଲେ ନୀତିଶ କୁମାର

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ

ମୁମ୍ବାଇ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହୋଇଛନ୍ତି। ଜେଡ଼ିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଛନ୍ତି। ଏ ନେଇ ବିଜେଡ଼ି ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ। ଏନ୍‌ଡ଼ିଏ ପକ୍ଷରୁ ଆନୁଷ୍ଠାନିକ ଭାବେ ହରିବଂଶ ନାରାୟଣ ସିଂହଙ୍କ ନାଁ ଘୋଷଣା ହୋଇନଥିଲେ ମଧ୍ୟ ତାଙ୍କ ପାଇଁ ଜେଡ଼ିୟୁ କ୍ୟାମ୍ପେନ ଆରମ୍ଭ କରିଦେଲାଣି। ସେପଟେ ଏହି ପଦ ଲାଗି ବିଜେଡ଼ିରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଆଗରୁ ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ନୀତିଶ କୁମାର ନବୀନ ପଟ୍ଟନାୟକଙ୍କ ସମର୍ଥନ ମାଗିଛନ୍ତି। ରାଜ୍ୟସଭାରେ ଏନଡ଼ିଏର ୧୧୫ଜଣ ସାଂସଦ ଥିବା ବେଳେ ୟୁପିଏ ର ୧୧୩ଜଣ ସାଂସଦ ରହିଛନ୍ତି।

You might also like