ବିନା ଇଚ୍ଛାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର?

ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହେଲି

ବିହାର: ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହେଲି। ଯେହେତୁ ବିହାରରେ ନିର୍ବାଚନରେ ଆମେ ଏକତ୍ରୀତ ଲଢୁଥିଲୁ ତେଣୁ ବିଜେପି ନିଜ ନେତାକୁ ବାଛିପାରିବେ ବୋଲି ମୁଁ କହିଥିଲି ବୋଲି ନୀତିଶ କହିଛନ୍ତି।  ତେବେ ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୀତିଶ କୁମାର କହିଛନ୍ତି ଯେ, ନିର୍ବାଚନରେ ଲୋକମାନେ ନିଜନିଜ ମନ ପସନ୍ଦର ନେତା ବାଛିଛନ୍ତି।

ତେଣୁ ମୁଖ୍ୟମନ୍ତ୍ରୀ କେହି ବି ହୋଇପାରିବେ। କେବଳ ଏତିକି ନୁହେଁ ବରଂ ବିଜେପି ନିଜର ନେତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରିବେ। ଏହାସହ ନୀତିଶ କହିଛନ୍ତି ଯେ, ଏ ସମ୍ପର୍କରେ ମେଣ୍ଟକୁ ମୁଁ ଜଣାଇ ଦେଇଥିଲି। କିନ୍ତୁ ପରିବର୍ତ୍ତୀ ସମୟରେ ମୋ ଉପରେ ଏମିତି ଚାପ ପଡିଥିଲା ଯେ, ଇଚ୍ଛା ନଥାଇ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି।

ତାଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏବଂ ବିଜେପି ନେତା ସୁଶୀଲ କୁମାର ମୋଦୀ ଆଜି କହିଛନ୍ତି ଯେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ। ବିଜେପି ଏବଂ ଜେଡି (ୟୁ) ନେତାମାନେ ତାଙ୍କୁ କହିଥିଲେ ଯେ, ଆମେ ତୁମ ନାମ, ତୁମ ଦୃଷ୍ଟିକୋଣକୁ ନେଇ ନିର୍ବାଚନ ଲଢ଼ିଥିଲୁ ଏବଂ ଲୋକମାନେ ତୁମକୁ ଭୋଟ୍ ଦେଇଛନ୍ତି।

ତେଣୁ ବିନା କୌଣସି କଥା ଚିନ୍ତା କରି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଆମେମାନେ ରାଜି କରାଇଥିଲୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,ନୀତିଶ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି କାହିଁକି ମନ୍ତବ୍ୟ ଦେଲେ ? ଏହା ପଛରେ କି ରହସ୍ୟ ରହିଛି ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ରହିଛି।

ଏହାରି ମଧ୍ୟରେ ନୀତିଶ ମୁଖ୍ୟମନ୍ତ୍ରୀ ହେବାର ଅନେକଦିନ ହେଲାଣି କିନ୍ତୁ ମୁଖ୍ୟମନ୍ତ୍ରୀ ପରେ ବି ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ରହିଛି। ଯଦି ଆମେ ଦେଖିବା ତେବେ ବିହାର ମଖ୍ୟମନ୍ତ୍ରୀ ଭାବେ ୭ମ ଥର ପାଇଁ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି।

ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥର ନୀତୀଶଙ୍କ ଟିମରେ ଦେଖିବାକୁ ମିଳିଛି ବିଜେପିର ୨ ଜଣ ଉପମୁଖ୍ୟମନ୍ତ୍ରୀ ।

ତେବେ ବିଜେପି ନେତା ସୁଶୀଲ କୁମାର ମୋଦିଙ୍କୁ ଏଥର ଦଳ ସରକାରରେ ସାମିଲ କରିନାହିଁ। ଜେଡିୟୁର ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ, ମେବାଲାଲ ଚୌଧୁରୀ ଏବଂ ପ୍ରଥମ ଥର ପାଇଁ ବିଧାୟକ ଭାବ ନିର୍ବାଚିତ ହୋଇଥିବା ଶୀଲା କୁମାରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

ଆରଜେଡି, କଂଗ୍ରେସ ସମେତ ମହାଗଠବନ୍ଧନ ଏହି ଶପଥ ଗ୍ରହଣ ସମାରୋହକୁ ବର୍ଜନ କରିଥିଲା । ବିହାରର ଜନାଦେଶ ଏନଡିଏ ବିରୋଧରେ ଯାଇଛି ବୋଲି କହିଛନ୍ତି ଆରଜ଼େଡି ନେତା ତେଜସ୍ୱୀ ଯାଦବ ।

ଏଠି କହିରଖିବୁ ବିହାରରେ ଏନଡିଏ ମେଣ୍ଟକୁ ୧୨୫ ଆସିନ ମିଳିଥିବା ବେଳେ ବିରୋଧୀ ମହାମେଣ୍ଟକୁ ୧୧୦ ସିଟ୍‌ ମିଳିଛି। ଭାଜପାକୁ ୭୪  ସିଟ୍‌ ମିଳିଥିବାବେଳେ ଜେଡିୟୁକୁ ୪୩ ସିଟ୍‌ ମଳିଥିଲା। ତେବେ ଆରଜେଡି ସରକାର ଗଠନ କରିବାରେ ସଫଳ ହୋଇନଥିଲେ ହେଁ ୭୫ଟି ଆସନ ପାଇଁ ସବୁଠାରୁ ବଡ ଦଳମାନ୍ୟତା ପାଇଛି। ୨୦୧୫ ନିବାଚନରେ ଆରଜେଡିକୁ ୭୧ ସିଟ୍ ମିଳିଥିଲା।

କେବଳ ଏତିକି ନୁହେଁ ବରଂ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ସାରା ଦେଶରେ ନିଆଁ ଜଳିଥିଲା। ତେବେ ସେହି ସମୟରେ ନୀତିଶ କୌଣସି ପ୍ରତିକ୍ରିୟା ଦେଇନଥିଲେ ଯାହାକୁ ନେଇ ବିବାଦ ଉଠିଥିଲା। ଏମିତିକି ଅନେକ ସ୍ଥାନରେ ନୀତିଶ କେଉଁ ଆଡେ ନିଖୋଜ ହୋଇ ଯାଇଛନ୍ତି ବୋଲି ପୋଷ୍ଚର ମଧ୍ୟ ଦେଖିବାକୁ ମିଳିଛି।

ଓଟିଭି youtubeLive ଦେଖନ୍ତୁ…

You might also like