ବିହାର ନିର୍ବାଚନ: କିଏ ହାତେଇଲା କେତେ ସିଟ୍‌ ?

ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି।

ଆଜି ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ରାଜ୍ୟର ମୋଟ୍ ୨୪୩ରୁ ୧୨୫ ସିଟକୁ ଅକ୍ତିଆର କରିଛି ଏନଡିଏ। ବିଜେପି ୭୪ ଆସନରେ ଜିତିଥିବା ବେଳେ ଜେଡିୟୁକୁ ମିଳିଛି ୪୩ । ମହାମେଣ୍ଟ ୧୧୦ଟି ଆସନ ଏବଂ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।

ମହାଗଠବନ୍ଧନରେ ସାମିଲ ତେଜସ୍ୱୀ  ଯାଦବଙ୍କ ଆରଜେଡି ସର୍ବାଧିକ ୭୫ ଆସନରେ ବିଜୟୀ ହେବା ସହ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ଖାତାକୁ ଯାଇଛି ୧୯ ଆସନ । ସେହିପରି ବାମ ଦଳ ୧୬ଟି ଆସନ ଅକ୍ତିଆର କରିଛି। ଅନ୍ୟପଟେ  ଏଆଇଏମ୍ଇଏମଆଇଏମ୍ ୫ଟିରେ ବିଜୟ ଲାଭ କରିଥିବା ବେଳେ ବିଏସ୍‌ପି, ଏଲଜେପି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ବିଜେପି ଓ ଜେଡିୟୁ କର୍ମୀମାନେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି। ସେପଟେ ନିର୍ବାଚନ ଫଳାଫଳ ଘୋଷଣା ବେଳେ ଧିମା ଗଣତିକୁ ନେଇ ଶାସକ ମେଣ୍ଟକୁ ଟାର୍ଗେଟ୍ କରିଛି ବିରୋଧୀ। ୧୦ଟି ନିର୍ବାଚନମଣ୍ଡଳୀରେ ମହାମେଣ୍ଟ ବିଜୟୀ ହୋଇଥିଲେ ବି ରେଜଲ୍ଟକୁ ନୀତୀଶ ଓ ସୁଶୀଲ ମୋଦିଙ୍କ ଚାପରେ ଆଞ୍ଚଳିକ ନିର୍ବାଚନ ଅଧିକାରୀ ଜାଣିଶୁଣି ଫଳାଫଳରେ ବିଳମ୍ବ କରିଥିବା ଅଭିଯୋଗ କରିଛି ଆରଜେଡି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like