ବର୍ଷେ ମଧ୍ୟରେ ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର

ସଂସଦରେ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ଶେଷ ହେବ ଟୋଲ ଯୁଗ । ଲୋକସଭାରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର। ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ହଟାଇବାର ଯୋଜନା କରିଛିନ୍ତି। ଫଳରେ ଏଣିକି  ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲମ୍ବା ଲାଇନ୍ ପଡିବ ନାହିଁ କି ବାରମ୍ବାର ଟୋଲ ଦେବାକୁ ପଡ଼ିବ ନାହିଁ । ରାସ୍ତାରେ ଯାନ ବାହନ ଗୁଡିକର ଚଳାଚଳରେ ବାଧା ନପହଞ୍ଚିଲେ ଟୋଲ ସଂଗ୍ରହ ଲାଗି ଜିପିଏସ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ ।

କେବଳ ଏତିକି ନୁହେଁ ବରଂ ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ କିଭଳି ସିଧାସଳଖ ଟୋଲ ଦେୟ ଆଦାୟ କରାଯାଇପାରିବ ସେ ଉପରେ ବି ଧ୍ୟାନ ଦିଆଯାଉଛି। ଆମାଗୀ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କୁ ସେତିକି ଟୋଲ ଦେୟ ଦେବାକୁ ପଡ଼ିବ, ଯେତିକି ସେ ରାସ୍ତାରେ ଗାଡ଼ି ଚଳାଇବେ।

ଅମରୋହାରୁ ବିଏସପି ସାଂସଦ କୁୱଁର ଦାନିସ ଅଲ୍ଲୀ ଗଡ଼ ମୁକ୍ତେଶ୍ୱର ନିକଟରେ ନଗର ନିମଗ ସୀମାରେ ଥିବା ଏକ ଟୋଲ ପ୍ଲାଜାକୁ ପ୍ରସଙ୍ଗ କରି ପ୍ରଶ୍ନ କରିଥିଲେ । ଯେଉଁଠି ଆବଶ୍ୟକତା ନାହିଁ, ସେଠାରେ କାହିଁକି ଟୋଲ ପ୍ଲାଜା ନିର୍ମାଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ।  ଆଉ ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବିଗତ ସରକାରଙ୍କ ସଡ଼କ ପରିଯୋଜନାରେ ଏପରି ଅନେକ ଟୋଲ ପ୍ଲାଜା ନିର୍ମାଣ କରାଯାଇଛି, ଯାହା ନଗର ସୀମାରେ ଅବସ୍ଥିତ । ଏହା ନିଶ୍ଚିତ ଭାବେ ଲୋକଙ୍କ ପାଇଁ ଅନ୍ୟାୟ । ତେବେ ସଙ୍ଗେ ସଙ୍ଗେ ସମସ୍ତ ଟୋଲ ପ୍ଲାଜା ବାହାର କରିବା ମଧ୍ୟ ସମ୍ଭବପର ନୁହେଁ  ସଡ଼କ ତିଆରି କରୁଥିବା କମ୍ପାନୀ କ୍ଷତିପୂରଣ ଦାବି କରିବେ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଏକ ବର୍ଷ ମଧ୍ୟରେ ସାରା ଦେଶରେ ଟୋଲ ଶେଷ କରିବାକୁ ସରକାର  ଯୋଜନା କରିଛନ୍ତି।

ସରକାର ଲୋକଙ୍କ ହିତ ଦୃଷ୍ଟିରୁ ନୂଆ ଜ୍ଞାନକୌଶଳ ଉପରେ କାମ କରୁଛନ୍ତି। ଯଦ୍ୱାରା ହାଇୱେରେ ଯେଉଁଠୁ ଯାତ୍ରା ଆରମ୍ଭ ହେବ, ସେଠାରେ ଜିପିଏଓ ମଧ୍ୟମରେ କ୍ୟାମେରା ଆପଣଙ୍କ ଫଟୋ ଉଠିଯିବ। ଏବଂ ଯେଉଁଠି ଆପଣଙ୍କ ଯାତ୍ରା ଶେଷ ହେବ, ସେତିକି ହିଁ ଟୋଲ ଦେବାକୁ ପଡ଼ିବ । ସେହିପରି  ସମସ୍ତ ବାଣିଜ୍ୟିକ ଯାନରେ ଏବେ ଜିପିଏସ ଟ୍ରାକିଂ ସିଷ୍ଟମ ବ୍ୟବସ୍ଥା କରାଯିବ । ତେଣୁ ଯାନବାହାନର ଗତିବିଧି ଉପରେ ନଜର ରଖିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟପଟେ ପୁରୁଣା ଗାଡି ମାନଙ୍କରେ ଟ୍ରାକିଂ ସିଷ୍ଟମ ନଥିବାରୁ ସେ ଗୁଡିକରେ କିଭଳି ଜିପିଏସ୍ ଟେକ୍ନୋଲୋଜି ସ୍ଥାପନ କରାଯାଇ ପାରିବ ତାହା ଉପରେ ବି ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଜିପିଏସ ଦ୍ୱାରା ଟ୍ରାକିଂ କରି ଟଙ୍କା ଆଦାୟ କଲେ, ଏହାର ପରିମାଣ ଅନେକ ଗୁଣିରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଏବେ ଦେଶର ଅନେକ ଟୋଲ ଗେଟରେ ଫାଷ୍ଟାଗ ସିଷ୍ଟମ ଲାଗୁ ହୋଇସାରିଛି । ଏହା ଦ୍ୱାରା ଗାଡି ଗୁଡିକ ଟୋଲ ଗେଟରେ ନ ଅଟକି ବି ଟୋଲ ଦେଇ ପାରିବେ ।

You might also like