‘ନିଶା ଜିନ୍ଦଲ’ହୋଇ ଭୂଆଁ ବୁଲାଉଥିଲେ, ଶେଷରେ ସାମ୍ନାକୁ ଆସିଲା ସମସ୍ତଙ୍କୁ ଚକିତ କଲା ଭଳି ସତ

ରାଇପୁର: ସୋଶାଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ନାଁ ଓ ଫଟୋ ଦେଇ ଫେକ ଆକାଉଣ୍ଟ କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଏପରିକି ଏହି ଫେକ ଫେସବୁକ ଆକାଉଣ୍ଟରେ ୧୦ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଶେଷରେ ସମସ୍ତ ସାମ୍ନାକୁ ଯେଉଁ ସତ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଫେସବୁକରେ ସୁନ୍ଦରୀ ‘ନିଶା ଜିନ୍ଦଲ’ ନାଁରେ ଏହି ଆକାଉଣ୍ଟ ଖୋଲା ହୋଇଥିଲା। ଶେଷରେ ଜଣାପଡିଥିଲା ଯେ ସୁନ୍ଦରୀ ‘ନିଶା ଜିନ୍ଦଲ’ ଜଣେ ପୁରୁଷ। ଏହି ବ୍ୟକ୍ତି ଜଣକ ଫେସବୁକରେ ଜଣେ ସୁନ୍ଦର ଝିଅର ଫଟୋ ଦେଇ ନିଶା ଜିନ୍ଦଲ ନାଁରେ ଆକାଉଣ୍ଟ ଖୋଲିଥିଲେ। ଖାଲି ଏତିକି ନୁହେଁ ଲୋକଙ୍କର ଯେମିତି ସନ୍ଦେହ ସୃଷ୍ଟି ନ ହୁଏ ସେଥିପାଇଁ ସେ ଫେସବୁକ intro ରେ ଲେଖିଥିଲେ- “I am Nothing Without My Lovely Princess Daughter😘”

ତେବେ କିଛି ଦିନ ହେଲା ସେ ଏହି ଆକାଉଣ୍ଟ ଜରିଆରେ ବିବାଦୀୟ ବୟାନ ଦେଇ ଚାଲିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ପୁଲିସ୍‌ ନିଶା ଜିନ୍ଦଲଙ୍କୁ ଖୋଜିଥିଲା। କିନ୍ତୁ ନିଶା ଜିନ୍ଦଲଙ୍କୁ ଖୋଜି ଖୋଜି ପୁଲିସ୍‌ ରବିଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ରବି ହିଁ ଫେସବୁକରେ ‘ନିଶା ଜିନ୍ଦଲ’ ନାଁରେ ଆକାଉଣ୍ଟ ଖୋଲି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ବିବାଦୀୟ ବୟାନ ଦେଇ ଆସୁଥିଲେ। ୧୧ ବର୍ଷ ହେଲା ରବି ଇଞ୍ଜିନିୟରିଂ ପରୀକ୍ଷା ଦେଇ ଚାଲିଛନ୍ତି। ହେଲେ ପାସ କରି ପାରୁନାହାନ୍ତି।

ଆଇପି ଆଡ୍ରେସ ଟ୍ରେସିଙ୍ଗ କରି ପୁଲିସ୍‌ ରବିଙ୍କ ପାଖରେ ପହଞ୍ଚିଥିଲା। ପୁଲିସ୍‌ ରବିଙ୍କୁ ଗିରଫ କରିବା ପରେ ତା’ର ଫଟୋ ଉଠାଇ ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ ମଧ୍ୟ କରିଛି।

ଏଥିରେ ଲେଖାଯାଇଛି ଯେ ମୁଁ ନିଶା ଜିନ୍ଦଲ ଓ ମୁଁ ଏବେ ପୁଲିସ୍‌ ହେପାଜତରେ ରହିଛି।

ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ପୁଲିସ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଲୋକଙ୍କୁ ଠକୁ ଥିବା କୌଣସି ଦୁର୍ବୃତ୍ତଙ୍କୁ ଛଡ଼ା ଯିବନାହିଁ। ଲୋକଙ୍କୁ ବିଭ୍ରାନ୍ତ କରୁଥିବା ସମସ୍ତ ଦୁର୍ବୃତ୍ତଙ୍କର ପର୍ଦ୍ଦାଫାସ କରାଯାଉ। ଭଲ କାର୍ଯ୍ୟ  କାମ କରିଛନ୍ତି ରାୟପୁର ପୁଲିସ।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like