ନିର୍ଭୟା: ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ୍ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ।  ପଟିଆଲା ହାଉସ କୋର୍ଟଙ୍କ ରାୟ ବିରୋଧରେ ଚ୍ୟାଲଞ୍ଜ କରି ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି।

ଦୋଷୀମାନେ ଆଇନର ଗଳାବାଟରୁ ଭରପୁର ଫାଇଦା ନେଉଛନ୍ତି ବୋଲି ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ । ଏଠି କହି ରଖିବୁ, ଗତକାଲି ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ମାମଲାରେ ୪ ଦୋଷୀଙ୍କୁ ପ୍ରଥମେ ଜାନୁଆରି ୨୨ରେ ଫାଶି ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା।  ପରେ ମୁକେଶର ରାଜକ୍ଷମା ଆବେଦନ ଖାରଜ ହେବାରୁ ଫେବ୍ରୁଆରୀ ୧ ତାରିଖ ଫାଶୀ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ପୂର୍ବରୁ ଅନ୍ୟଜଣେ ଦୋଷୀ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଥିଲା। ଏହାର ବିଚାର ହୋଇନଥିବାରୁ ଶୁକ୍ରବାର ପଟିଆଲା ହାଉସ କୋର୍ଟ ପରବର୍ତ୍ତୀ ଆଦେଶ ଯାଏ ଫାଶି ଟାଳି ଦେଇଥିଲେ।  ଅକ୍ଷୟ ଉଭୟ ରିଭ୍ୟୁ ଓ କ୍ୟୁରେଟିଭ ପିଟିସନ ଫାଇଲ କରିଥିବା ବେଳେ ଦୁଇଟି ଯାକ ଆବେଦନକୁ ରଦ୍ଦ କରିସାରିଛନ୍ତି କୋର୍ଟ। ଶେଷ ଅସ୍ତ୍ର ଭାବେ ସେ ଗତକାଲି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି । ଅନ୍ୟପକ୍ଷରେ ପଓ୍ୱନ ଗୁପ୍ତାର ରିଭ୍ୟୁ ପିଟିସନକୁ କୋର୍ଟ ଖାରଜ କରିସାରିଥିବାବେଳେ ଏବେ ତା ନିକଟରେ ବାକି ରହିଛି କ୍ୟୁରେଟିଭ୍ ପିଟିସନ ଓ ରାଜକ୍ଷମା ଭଳି ଦୁଇ ଦୁଇଟି ବିକଳ୍ପ।

You might also like