ଝିଅର ଫଟୋକୁ କୁଣ୍ଢେଇ ପକାଇଥିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଦେଶ ଦେଖିଛି ନୂଆ ସୂର୍ଯ୍ୟୋଦୟ। ଆଜି ଏଭଳି କିଛି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ମିଳିଛି । ଏହା ଯେ କେବଳ ନିର୍ଭୟାଙ୍କ ପାଇଁ ନୁହେଁ ଦେଶରେ ଥିବା ଅନ୍ୟ ସମସ୍ତ ଝିଅଙ୍କ ପାଇଁ ବି ଖୁସି ଖବର।

ଆଜି ସୁପ୍ରିମକୋର୍ଟରୁ ଫେରିବା ପରେ ହିଁ ସେ ଝିଅର ଫଟୋକୁ କୁଣ୍ଢେଇ ପକାଇଥିଲେ ଏବଂ ନ୍ୟାୟ ମିଳିଥିବା କହିଥିଲେ ବୋଲି କହିଥିଲେ। ଆଜି ଦୋଷୀ ଫାଶି ପାଇବା ପରେ ରାଷ୍ଟ୍ରପତି ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ନିର୍ଭୟାଙ୍କ ମାଆ। ସେହିଭଳି ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସଂଶୋଧନ ହେବା ଆବଶ୍ୟକ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି ।

 

You might also like