ଆହତ ଶଶି ଥରୁର୍‌ଙ୍କୁ ଭେଟିଲେ ନିର୍ମଳା ସୀତାରମଣ

ଥିରୁଭନନ୍ତପୁରମ: ଚିକିତ୍ସାଧୀନ କଂଗ୍ରେସ ନେତା ଶଶି ଥରୁରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭେଟିଛନ୍ତି। କେରଳ ଗସ୍ତରେ ଥିବା ସୀତାରମଣ ଥିରୁଭନନ୍ତପୁରମରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଥରୁର୍‌ଙ୍କୁ ଭେଟିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଗତକାଲି ପ୍ରଚାର ପୂର୍ବରୁ ଥରୁର୍ କେରଳର ଥାମ୍ପନୁରରେ ଗାନ୍ଧାରୀ ଆମ୍‌ନା କୋଭଲି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ପରମ୍ପରା ଅନୁସାରେ, ପୂଜାବେଳେ ସେ ଏକ ଓଜନ କଣ୍ଟାରେ ବସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏତିକି ବେଳେ କଣ୍ଟା ଭାଙ୍ଗି ଯିବାରୁ ଥରୁର୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଏହାପରେ ଥରୁର୍‌ଙ୍କୁ ତୁରନ୍ତ ନିକଟରେ ଥିବା ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ମୁଣ୍ଡରେ ୧୧ଟି ଷ୍ଟିଚ୍ ପଡ଼ିଥିଲା। ପରେ ତାଙ୍କୁ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, କେରଳର ଥିରୁଭନନ୍ତପୁରମ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଥରୁର୍।

You might also like