ରାହୁଲ୍‌ଙ୍କୁ ଟାର୍ଗେଟ କଲେ ନିର୍ମଳା: କହିଲେ, ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ତାଙ୍କର ଅଭ୍ୟାସ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆଜି ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ନେତା ନକଲିକୁ ନେଇ ଆଲୋଚନା କରନ୍ତି। ଦେଶକୁ ବିଭାଜନ କରୁଥିବା ଶକ୍ତି ପାଇଁ ଛିଡା ହୁଅନ୍ତି ଏବଂ ସାମ୍ବିଧାନିକ ସଂସ୍ଥାକୁ ଅପମାନ କରନ୍ତି। ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ସେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରୁଥିଲେ, ଏବେକାର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅପମାନିତ କରୁଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ ବିଦେଶ ଯାଇଥିଲେସେତେବେଳେ ରାହୁଲ ଗାନ୍ଧି ତାଙ୍କ ଦ୍ୱାରା ଆଗତ ଅଧ୍ୟଦେଶକୁ ଚିରି ଦେଇଥିଲେ। ଏଠି କହିରଖିବୁ ଏହି ଘଟଣା ୨୦୧୩ର । ସୁପ୍ରିମ କୋର୍ଟ ସେତେବେଳେ ଦୋଷୀ ସାବ୍ୟସ୍ତ ଜନ ପ୍ରତିନିଧିଙ୍କୁ ନିର୍ବାଚନ ଲଢିବା ବିରୋଧରେ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ପ୍ରଭାବହୀନ କରିବା ପାଇଁ ୟୁପିଏ ସରକାର ଏକ ନୂଆ ଅଧ୍ୟାଦେଶ ଜାରି କରିଥିଲେ। ସେ ସମୟରେ ରାହୁଲ ଗାନ୍ଧି ୟୁପିଏ ପକ୍ଷରୁ ଆଗତ ଅଧ୍ୟାଦେଶକୁ ‘ବକବାସ୍‌’ ବୋଲି କହିବା ସହ ଏହାକୁ ଚିରି ଫୋପାଡ଼ି ଦେବା ଦରକାର ବୋଲି କହିଥିଲେ।

ସେ ସମୟରେ ନୀତି ଆୟୋଗ ମୁଖ୍ୟ ମଂଟେକ୍‌ ସିଂହ ଆଲୁହାଲିଆଙ୍କ କହିବା ଅନୁଯାୟୀ ରାହୁଲ ଗାନ୍ଧି ଯେତେବେଳେ ୨୦୧୩ରେ ଏହି ଅଧ୍ୟାଦେଶ ଫାଡି ଦେଇଥିଲେ ସେତେବେଳେ ତତ୍କାଳନୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଇସ୍ତଫା ଦେବାକୁ ଚାହିଁଥିଲେ। ଅର୍ଥମନ୍ତ୍ରୀ ସୀତାରମଣ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି  ‘ ସେ ଜଣେ Doomsday man’ ବୋଲି କହିଥିଲେ। ଲୋକସଭାରେ ବଜେଟ ଉପରେ ହେଉଥିବା ଚର୍ଚ୍ଚାବେଳେ ସୀତାରମଣ କହିଥିଲେ, କଂଗ୍ରେସ ଦଳ କୃଷି ନୀତିକୁ ନେଇ ରଖିଥିବା ନିଜ ଆଭିମୁଖ୍ୟରୁ ଓହରି ଗଲା କେମିତି ତାହାର ଉତ୍ତର ଦେବା ଉଚିତ ଥିଲା।

ଏଠି କହିରଖିବୁ, ରାହୁଲ ଗାନ୍ଧି ଗୁରୁବାର ବଜେଟ ଚର୍ଚ୍ଚାରେ ଭାଗ ନେଇ କୃଷି ନୀତିକୁ ବିରୋଧ କରିଥିଲେ। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସିଧାସଳଖ ଆକ୍ଷେପ କରି କହିଥିଲେ ଏହି ସରକାର ‘ଆମେ ଦୁଇ ଆମର ଦୁଇ’ ସରକାର ଅଟନ୍ତି। ଏହି ନିୟମ ଦ୍ୱାରା ମଣ୍ଡି ବନ୍ଦ ହୋଇଯିବ ଏବଂ କୃଷି କ୍ଷେତ୍ର କେତେଜଣ ବଡବଡ ଉଦ୍ୟୋଗପତିଙ୍କ ନିୟନ୍ତ୍ରଣକୁ ଚାଲିଯିବ। ଅର୍ଥମନ୍ତ୍ରୀ ଏହାର ଉତ୍ତର ଦେଇ ୧୦ ପ୍ରଶ୍ନ ମାଧ୍ୟମରେ ରାହୁଲଙ୍କୁ ପାଲଟା ଆକ୍ରମଣ କରିଥିଲେ।

ଅର୍ଥମନ୍ତ୍ରୀ କହିଥିଲେ, ମୁଁ ସ୍ୱୀକାର କରୁଛି, ବଜେଟ ଉପରେ ଚର୍ଚ୍ଚା ସମୟରେ କୃଷି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। କାରଣ ଏହା ମଧ୍ୟ ବଜେଟ୍‌ ଏକ ଅଂଶ ଥିଲା। ରାହୁଲ ବଜେଟ ଉପରେ କହିବା ଛିଡା ହୋଇଥିଲେ କିନ୍ତୁ ଏହା ଉପରେ କିଛି କହି ନ ଥିଲେ। ସୀତାରମଣ କହିଥିଲେ, ସେତେବେଳେ ଆମେ ଆଶା କରୁଥିଲୁ ପୂର୍ବତନ ଅଧ୍ୟକ୍ଷ କହିଥାନ୍ତେ ୨୦୧୯ରେ କଂଗ୍ରେସ ଘୋଷଣାପତ୍ରରେ ଦେଇଥିବା ପ୍ରତିଶ୍ରୁତିରୁ କାହିଁକି ଓହରିଲା । ପ୍ରଥମେ କୃଷି ସଂସ୍କାରକୁ ସମର୍ଥନ କରୁଥିଲେ। କିନ୍ତୁ ଏବେ କରୁ ନାହାଁନ୍ତି କାହିଁକି ?

You might also like