୨୦ ଲକ୍ଷ କୋଟିର ପ୍ୟାକେଜ୍: MSME ପାଇଁ ୩ ଲକ୍ଷ କୋଟି ଋଣ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତ ଅଭିଯାନ। ଏହାର ମୁଖ୍ୟ ଲକ୍ଷ୍ୟ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚଇବା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ପରେ ଏହି ପ୍ୟାକେଜ୍‌ ତିଆରି ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍ ଦ୍ୱାରା ଅଭିବୃଦ୍ଧିହାର ବଢ଼ାଇବା ଅତ୍ମନିର୍ଭର କରାଇବା ଏଥିପାଇଁ ଏହାକୁ ଆତ୍ମନିର୍ଭର ଭାରତ ବୋଲି କୁହାଯାଇଛି।

ଲକ୍‌ଡାଉନ୍‌ ପରେ ଗରିବଙ୍କ ପାଇଁ କଲ୍ୟାଣ ଯୋଜନା ଘୋଷଣା କରାଯାଇଥିଲା। ଲକ୍‌ଡାଉନ୍‌ ରାସନ ସାମଗ୍ରୀ ଦିଆଯାଇଥିଲା। ଯାହାଙ୍କ ପାଖରେ ରାଶନ କାର୍ଡ ନଥିଲା ସେମାନଙ୍କୁ ବି ରାସନ ଦିଆଯାଇଥିଲା। ଲୋକଙ୍କ ଖାତାରେ ବି ପଇସା ପହଞ୍ଚିଛି ବୋଲି ନିର୍ମଳା କହିଛନ୍ତି।

ଲକ୍‌ଡାଉନ୍‌ ସୟରେ ଭାରତ ସରକାରଙ୍କର ସହାୟତା ପରିଚାଳନାକୁ ଉଦାହରଣ ଦେଇ କହିଥିଲେ।

୪୧ କୋଟି ଜନଧନ ଆକାଉଣ୍ଟ ହୋଲଡର୍‌ଙ୍କ ଖାତକୁ ଡିବିଟି ଜରିଆରେ ଟଙ୍କା ଦିଆଯାଇଛି। ଲୋକଙ୍କ ଖାତାକୁ ସିଧା ଯାଉଛି ଟଙ୍କା। ଏଥିପାଇଁ କାହାକୁ କୌଣସି ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ।

ପ୍ୟାକେଜ୍‌ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ କହିଥିବା ଆତ୍ମନିର୍ଭର ଭାରତର ୫ଟି ସ୍ତମ୍ବ ବିଷୟରେ ବି କହିଥିଲେ ନିର୍ମଳା ସୀତାରମଣ।

ତେବେ ଆତ୍ମନିର୍ଭଶୀଳ ଭାରତର ୫ଟି ସ୍ତମ୍ଭ ଇକୋନୋମି, ଇନ୍‌ଫାଷ୍ଟ୍ରକ୍ଚର, ସିଷ୍ଟମ, ଡେମୋଗ୍ରାଫି ଏବଂ ଡିମାଣ୍ଡ ବିଷୟରେ ବି ଆଲୋଚନା କରିଥିଲେ ଅର୍ଥମନ୍ତ୍ରୀ।

ନୂଆ ପ୍ୟାକେଜ୍‌ରେ MSME ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୩ ଲକ୍ଷ କୋଟିର ଟଙ୍କାର ଋଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବିନା ଗ୍ୟାରେଣ୍ଟିରେ ଏହି ଋଣ ମିଳିବ। ଏହାଦ୍ୱାରା ୨୫ ଲକ୍ଷ ଏମଏସଏମଇ ଉପକୃତ ହେବେ। ଏଥିସହିତ ଏମଏସଏମଇକୁ ୧ ବର୍ଷ ପାଇଁ ଇଏମଆଇରୁ ଛାଡ଼ କରାଯାଇଛି। ଫଳରେ ୨୫ ଶହ କୋଟି ଏମ୍ଏ‌ସ୍‌ଏମ୍‌ଇ କରିଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିବ।

କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ  ବା MSME କୁ ଜୀବନ ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ ଲକ୍ଷ କୋଟିର ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିରେ ବାର୍ଷିକ ଶହେ କୋଟି ପର୍ଯ୍ୟନ୍ତ ନେଣଦେଣ ଥିବା ଉଦ୍ୟୋଗ ଲାଭବାନ ହେବେ। ଋଣ ପାଇଁ ଉଦ୍ୟୋଗୀଙ୍କୁ କୌଣସି ପ୍ରକାର ଗ୍ୟାରେଣ୍ଟି ଦେବାକୁ ପଡ଼ିବନି। ୪ ବର୍ଷ ପାଇଁ ଏହି ଉଦ୍ୟୋଗକୁ ଋଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। 

ସେହିଭଳି ଚାପରେ ଥିବା MSME ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ୨ ଲକ୍ଷରୁ ଅଧିକ ଚାପଗ୍ରସ୍ତ MSMEକୁ ଲାଭ ମିଳିବ। ଭଲ କରୁଥିବା MSME ର ସମ୍ପ୍ରସାରଣ କରିବା ପାଇଁ ବିଶେଷ ଭାବେ ୫୦ ହଜାର କୋଟିର ସହାୟତା ଅର୍ଥରାଶି ଘୋଷଣା ହୋଇଛି।

ସେହିଭଳି ପୋଷାକ ଉତ୍ପାଦନକାରୀ MSME କ୍ଷେତ୍ର ପାଇଁ ପ୍ୟାକେଜ୍‌ ଘୋଷଣା ହୋଇଛି। ୨୦୦ କୋଟିର କିଣିବିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ଅନାବଶ୍ୟକ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଇପିଏଫ୍‌ ଭରିବା ସମୟ ବୃଦ୍ଧି

ପୂର୍ବ ମାସ ସହିତ ଆଉ ୩ ମାସ ପାଇଁ EPF ଭରିବେ କେନ୍ଦ୍ର ସରକାର। ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସ ପାଇଁ କେନ୍ଦ୍ର ସରକାର ଇପିଏଫ୍ ରାଶି‌ ଭରିବେ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କର୍ମଚାରୀଙ୍କ ୧୨% ଓ ନିଯୁକ୍ତିଦାତାଙ୍କ ୧୨% କେନ୍ଦ୍ର ସରକାର ଦେବେ। ଏହାଦ୍ୱାରା ୩.୬୭ ଲକ୍ଷ ନିଯୁକ୍ତିଦାତା ଓ ୭୨.୨୨ ଲକ୍ଷ କର୍ମଚାରୀ ଲାଭ ପାଇବେ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ୍‌, ମେ ମାସରେ ଇପିଏଫ୍‌ ଭରିବାକୁ ଘୋଷଣା କରାଯାଇଥିଲା।

ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଓ ବିଦ୍ୟୁତ୍‌ ବିତରଣକାରୀ ଡିସ୍‌କମ୍ ପାଇଁ ବଡ଼ ଘୋଷଣା

ଆଜି ଅଣ ବ୍ୟାଙ୍କିଙ୍ଗ୍ ଅର୍ଥ ଲଗାଣକାରୀ ସଂସ୍ଥା ପାଇଁ ମଧ୍ୟ ପ୍ୟାକେଜ୍ ଘୋଷଣା ହୋଇଛି। ହାଉସିଂ ଫାଇନାନ୍ସ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା ପାଇଁ ଅର୍ଥ ଘୋଷଣା କଲେ ଅର୍ଥମନ୍ତ୍ରୀ। ଏହିସବୁ ବର୍ଗ ପାଇଁ ୩୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ନିର୍ମଳା।

ସେହିଭଳି ବିଦ୍ୟୁତ୍‌ ବିତରଣକାରୀ ଡିସ୍‌କମ୍‌କୁ ଅର୍ଥିକ ସଂକଟରୁ ରକ୍ଷା କରିବା‌ ପାଇଁ ଅର୍ଥ ୯୦- ହଜାର କୋଟି ଟଙ୍କାର ବଡ଼ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି।

ରିୟଲିଷ୍ଟେଟ୍‌ ପାଇଁ ଘୋଷଣା-

ନୂଆ ଅର୍ଥି ପ୍ୟାକେଜ୍‌ ଘୋଷଣା ବେଳେ ସରକାରୀ ଠିକାଦାରଙ୍କୁ ଆଉ କିଛି ମହଲତ ଦେଇଛନ୍ତି କେନ୍ଦ୍ର ସରକାର। ବାକି ପଡ଼ିଥିବା ବିଭିନ୍ନ ପ୍ରକଳ୍ପର କାମ ସାରିବା ପାଇଁ ଓ ରେଜିଷ୍ଟ୍ରେସନ୍‌ ପାଇଁ ଆଉ ୬ ମାସ ସମୟ ଦିଆଯାଇଛି। ସର୍ବନିମ୍ନ ସମୟସୀମା ୩ ମାସରୁ ସର୍ବାଧିକ ୬ ମାସ ବଢ଼ାଇ ଦିଆଯାଇଛି।

ଟିଡିଏସ୍‌ ହ୍ରାସ ନେଇ ମଧ୍ୟ ଆଜି ଘୋଷଣା ହୋଇଛି। ୨୫% ଟିଡିଏସ୍‌ ହ୍ରାସ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ଟିକସ ଦାତାଙ୍କୁ ୫୦ ହଜାର କୋଟିର ଲାଭ ମିଳିବ।

ଆୟକର ରିଟର୍ଣ୍ଣ

ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ନେଇ ମଧ୍ୟ ଘୋଷଣା କରାଯାଇଛି। ଜୁଲାଇ ୩୧ ଓ ଅକ୍ଟୋବର ୩୧ରେ ସରୁଥିବା ରିଟର୍ଣ୍ଣ ଅବଦ୍ଧିକୁ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଟ୍ୟାକ୍ସ ଏଡିଟ୍‌କୁ ମଧ୍ୟ ଅକ୍ଟୋବର ୩୧କୁ ଘୁଞ୍ଚାଇ ଦେଇଛନ୍ତି। ସେହିଭଳି ଟ୍ୟାକ୍ସ ଆସେସ୍‌ମେଣ୍ଟ ତାରିଖ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟିର ବଡ଼ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ଏ ସମ୍ପର୍କରେ ବିସ୍ତାର ସୂଚନା ଅର୍ଥମନ୍ତ୍ରୀ ଦେବେ ବୋଲି ମଧ୍ୟ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଦେଶକୁ ଆତ୍ମନିର୍ଭର କରିବା ଓ ଏଥିପାଇଁ ୫ଟି ସ୍ତମ୍ବର କଥା କହିଥିଲେ ପ୍ରଧାନମନ୍ତ୍ରୀ।

 

You might also like