ୱିଙ୍ଗ କମାଣ୍ଡର୍ ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଫେରିବା ପରେ ଦିଲ୍ଲୀସ୍ଥିତି ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ନିର୍ମଳା।

ଏଥିସହିତ ତାଙ୍କର ସାହସୀକତା ଓ ଦୃଢ଼ ପ୍ରତିବଦ୍ଧତା ପାଇଁ ପୂରା ଦେଶ ତାଙ୍କ ଉପରେ ଗର୍ବ କରୁଛି ବୋଲି ନିର୍ମଳା ଅଭିନନ୍ଦନଙ୍କୁ କହିଥିଲେ। ଏହି ଅବସରରେ ଅଭିନନ୍ଦନ ମଧ୍ୟ ପାକିସ୍ତାନରେ ବିତିଥିବା ସମସ୍ତ ଘଟଣା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜଣାଇଥିଲେ।

ଗତ କାଲି ପାକିସ୍ତାନରୁ ଆସିବା ସମୟରେ ନୀଳ ବ୍ଲେଜର ଏବଂ ଧଳା ଶାର୍ଟ ପିନ୍ଧିଥିବା ପାଇଲଟ ଅଭିନନ୍ଦନ ଆଜି ହସ୍ପିଟାଲରେ ୟୁନିଫର୍ମରେ ଥିଲେ।

ସେ ବର୍ତ୍ତମାନ ଦିଲ୍ଲୀ ଠାରେ ୩ ସେବାର ପାଇଲଟଙ୍କ ପାଇଁ ଉଦ୍ଦିଷ୍ଟ ଏୟାର ଫୋର୍ସ ସେଣ୍ଟ୍ରାଲ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟରେ ଅଛନ୍ତି। ଆସନ୍ତା ରବିବାର ଯାଏ ତାଙ୍କର ଟେଷ୍ଟ ଚାଲୁ ରହିବ। ଏହା ସରିବା ପରେ ତାଙ୍କୁ ବାୟୁସେନା ପକ୍ଷରୁ ପଚରାଉଚରା କରାଯିବାର ଅଛି।
ଆଜି ସକାଳେ କିଛି ସେନା ଅଧିକାରୀ ଏବଂ ତାଙ୍କ ବାପା ମା ଅଭିନନ୍ଦନଙ୍କୁ ଭେଟିଥିଲେ।

ଆହୁରି ପଢ଼ନ୍ତୁ

ଲକ୍‌‌ଡାଉନ ସମୟରେ ସ୍‌:ତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

You might also like