ଆତ୍ମନିର୍ଭର ଭାରତ ୩.୦; ନୂଆ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ଭିତରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି।  ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ନୂଆ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଅର୍ଥ ବହନ କରିବ ବୋଲି କୁହାଯାଇଛି  ।

ସଂସ୍ଥା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ ଭରଣା କରିବ କେନ୍ଦ୍ର । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ୍ ଦେବ କେନ୍ଦ୍ର । ଅର୍ଥାତ୍‌ ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% ମଧ୍ୟ ସମସ୍ତ ଅର୍ଥ କେନ୍ଦ୍ର ବହନ କରିବ ।

ସେହିପରି ହଜାରେରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର। କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ। ଅନ୍ୟ ୧୨ ପ୍ରତିଶତ ସଂପୃକ୍ତ କମ୍ପାନୀ ଦେବ। ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ  ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ସୀତାରମଣ।

କରୋନା ମହାମାରୀ ସମୟରେ ଧିମେଇ ଯାଇଥିବା ଅର୍ଥନୀତି ସ୍ଥିତିର ଧିରେ ଧୀରେ ସୁଧାର ଆସୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଶକ୍ତି ଏବଂ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଥିବା ବେଳେ ଜିଏସ୍‌ଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ତାସହ ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଦେଶ ଏକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇଛି । ପ୍ରବାସୀ ଯେଉଁଠାରେ ବି କାମ କରନ୍ତୁ ନା କାହିଁକି, ସେଠାରୁ ରାସନ ପାଇ ପାରିବେ।  ତାସହ ପିଏମ୍ ଉଠା ଦୋକାନୀ ଅ଼ତ୍ମନିର୍ଭର ସ୍କିମ୍ ମଧ୍ୟ ଆରମ୍ଭ ହୋଇଥିବା କହିଛନ୍ତି ନିର୍ମଳା ସୀତାରମଣ।

You might also like