ସହରୀ ଗରିବଙ୍କୁ ମିଳିବ ପକ୍କା ଘର

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି।  ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବା ସହ ନୂଆ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ  ସହରୀ ଗରିବଙ୍କ ପାଇଁ ପକ୍କାଘର ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମର।

ଏ ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି,  ସହରରେ ରହୁଥିବା ଗରିବଙ୍କ ପାଇଁ ୧୨ ଲକ୍ଷ ପକ୍କା ଘର ନିର୍ମାଣ ହେବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ପକ୍କା ଘର ଯୋଗାଇ ଦିଆଯିବ।  ସହରୀ ଗରିବଙ୍କୁ ପକ୍କା ଘର ଦେବାକୁ ଅତିରିକ୍ତ ୧୮ ହଜାର କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ଏହି ଯୋଜନାରେ ୧୨ ଲକ୍ଷ ନୂଆ ଘର ନିର୍ମାଣ, ନିର୍ମାଣାଧୀନ ୧୮ ଲକ୍ଷ ଘର ସଂପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖିଛନ୍ତି ସରକାର।
ନୂଆ ନିର୍ମାଣରେ ୭୮ ଲକ୍ଷ ନୂଆ ରୋଜଗାର ସୃଷ୍ଟି କରାଯାଇ ପାରିବ।

ଏ ବାବଦରେ ୨୫ ଲକ୍ଷ ଟନ୍ ରଡ୍, ୧୩୧ ଲକ୍ଷ ଟନ୍ ସିମେଣ୍ଟ ଉପଯୋଗ ହେବ। ଶ୍ରମ, ସିମେଣ୍ଟ, ରଡ୍ ଦ୍ୱାରା ବି ଅତିରିକ୍ତ ରୋଜଗାର ସୃଷ୍ଟି ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।

You might also like