ଦେଶର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଲା ରାଉରକେଲା NIT

ନୂଆଦିଲ୍ଲୀ:ଦେଶର ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶାରୁ ତିନିଟି ପ୍ରତିଷ୍ଠିତ ପ୍ରତିଷ୍ଠାନ ନିଜ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି ।  ତା ମଧ୍ୟରୁ ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ ରହିଛି।  ଏ ନେଇ କେନ୍ଦ୍ର ସରକାରଙ୍କ National Institutional Ranking Framework(NIRF) ଏକ ରିପୋର୍ଟ ଗୁରୁବାର ପ୍ରକାଶ କରିଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ଗୁରୁବାର NIRF-୨୦୨୦ର ରାଙ୍କିଂ ତାଲିକା ପ୍ରକାଶ କରିଛନ୍ତି।  NIT ରାଉରକେଲାରକୁ ବାଦ ଦେଲେ ଶିକ୍ଷା ଓ ଅନୁସନ୍ଧାନ ୩୮ ରାଙ୍କ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲଜି ୪୪ତମ ସ୍ଥାନରେ ରହିଛି। ସେହିଭଳି ଆଇଆଇଟି ଭୁବନେଶ୍ୱର ତାଲିକାର ୫୬ ତମ ସ୍ଥାନରେ ରହିଛି।

ତେବେ ଶ୍ରେଷ୍ଠ ତିନୋଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଯଥାକ୍ରମେ ଆଇଆଇଏସ୍‌‌ସି ବେଙ୍ଗାଲୁରୁ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି | ଆଇଆଇଏମ୍ ଅହମ୍ମଦାବାଦ ଦେଶର ଶ୍ରେଷ୍ଠ ବି-ସ୍କୁଲ୍ ଭାବରେ ସ୍ଥାନିତ ହୋଇଥିବାବେଳେ ତା ତଳକୁ ରହିଛି ଆଇଆଇଏମ୍ ବେଙ୍ଗାଲୁରୁ ଏବଂ କୋଲକାତା।

ସେହିପରି ଶ୍ରେଷ୍ଠ କଲେଜ ତାଲିକାର ଶୀର୍ଷ ସ୍ଥାନରେ ରହିଛି ମିରାଣ୍ଡା କଲେଜ । ଏହା ପରେ ରହିଛି  ଲେଡି ଶ୍ରୀ ରାମ କଲେଜ ମହିଳା ଏବଂ ସେଣ୍ଟ ଷ୍ଟିଫେନ୍ସ କଲେଜ। ର଼୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ଶ୍ରେଷ୍ଠ ତିନୋଟି ଇଞ୍ଜିନିୟରିଂ କଲେଜ ହେଉଛି ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ।

ଫାର୍ମାସି ବର୍ଗରେ ଶୀର୍ଷ ଅନୁଷ୍ଠାନ ମଧ୍ୟରେ ରହିଛି ଦିଲ୍ଲୀର ଜାମିଆ ହାମାର୍ଡ ଏବଂ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ରିସର୍ଚ୍ଚ ମୋହାଲି ତୃତୀୟ ସ୍ଥାନରେ ରହିଛନ୍ତି।

ମେଡିକାଲ କଲେଜ ବର୍ଗରେ AIIMS ଦିଲ୍ଲୀ ଶୀର୍ଷ ସ୍ଥାନ ପାଇଛି। ପରେ ପିଜି, ଚଣ୍ଡିଗଡ଼ ଏବଂ ସିଏମସି, ଭେଲୋର ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ରହିଛି |

ସାଧାରଣତଃ ଏହି ତାଲିକା ଏପ୍ରିଲରେ ଘୋଷଣା କରାଯାଇଥାଏ । କିନ୍ତୁ COVID-19 ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like