୨୩ ଥର ଜେଲ୍‌ ନିୟମ ଭାଙ୍ଗିଛନ୍ତି ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଜଣ ଅପରାଧୀଙ୍କୁ ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ଜାନୁଆରୀ ୨୨ ତାରିଖ ସକାଳେ ମିଳିବ ଫାଶୀ।  ତିହାର ଜେଲ୍‌ରେ ଏବେ ମୃତ୍ୟୁ ଅପେକ୍ଷାରେ ଦିନ କାଟୁଛନ୍ତି  ଅକ୍ଷୟ ଠାକୁର ସିଂହ, ମୁକେଶ, ପବନ ଗୁପ୍ତା ଏବଂ ବିନୟ କୁମାର। ୨୦୧୨ରେ ଏମାନେ ଜଣେ ପାରା ମେଡିକାଲ ଛାତ୍ରୀଙ୍କ ସହ ଅତି ନୃଶଂସ ଭାବେ ଗରବଳାତ୍କାର କରିବା ସହ ହତ୍ୟା କରିଥିଲେ। ଦିଲ୍ଲୀ କୋର୍ଟ ଏମାନଙ୍କ ବିରୋଧରେ ଡେଥ୍‌ ୱାରେଣ୍ଟ ଜାରି କରିଛି।

ଏହି ୪ ଅପରାଧୀ ତାଙ୍କ ବନ୍ଦୀ ସମୟ ଭିତରେ ୧,୩୭,୦୦୦ ଟଙ୍କା ରୋଜଗାର କରିଛନ୍ତି। ମିଳିଥିବା ଖବର ଅନୁଯାୟୀ ସେମାନେ ୨୩ ଥର ନିୟମ ନିୟମ ଭଙ୍ଗ କରିଛନ୍ତି।

ତଥ୍ୟ ଅନୁଯାୟୀ, ବିନୟକୁ ନିୟମ ଭାଙ୍ଗିଥିବା ଅଭିଯୋଗରେ ୧୧ ଥର ସଜା ମିଳିଛି। ଅକ୍ଷୟଙ୍କୁ ଗୋଟିଏ ଥର ସଜା ମିଳିଥିବାବେଳେ ମୁକେଶ ତିନି ଥର ଏବଂ ପବନ  ୮ ଥର ନିୟମ ଭାଙ୍ଗି ସଜା ଭୋଗିଛନ୍ତି। ଗତ ୭ ବର୍ଷ ମଧ୍ୟରେ ମୁକେଶ କାମ କରିବାକୁ ମନା କରି ଦେଇଥିଲା। ଅନ୍ୟପକ୍ଷେ ଅକ୍ଷୟ କାମ କରି ୬୯,୦୦୦ ହଜାର, ପବନ୨୯ ହଜାର ଏବଂ ବିନୟ ୩୯ ହଜାର ଟଙ୍କା ରୋଜଗାର କରିଥିଲା।

୨୦୧୬ରେ ତିନି ଅପରାଧୀ ମୁକେଶ, ପବନ ଓ ଅକ୍ଷୟ ୧୦ମ ଶ୍ରେଣୀରେ ନାମ ଲାଖାଇଥିଲେ। ହେଲେ ପରୀକ୍ଷାରେ ପାସ୍‌ କରି ନ ଥିଲେ। ବିନୟ ୨୦୧୫ରେ ସ୍ନାତକରେ ନାମ ଲେଖାଇଥିଲା କିନ୍ତୁ ପଢି ପାରି ନ ଥିଲା। ସେମାନଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁ ପୂର୍ବରୁ ମାତ୍ର ୨ ଥର ଦେଖା କରିବାର ଅନୁମତି ଦିଆଯାଉଛି। ତେବେ ୪ ଜଣଙ୍କ ମଧ୍ୟରୁ ବିନୟ ସବୁଠାରୁ ବେଶି ଭାଙ୍ଗି ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ମଙ୍ଗଳବାର ବିନୟର ବାପା ତାଙ୍କୁ ସାକ୍ଷାତ ପାଇଁ ଆସିଥିଲେ।

ଅନ୍ୟପକ୍ଷେ ନିର୍ଭୟାଙ୍କ ମା’ ଦୋଷୀଙ୍କୁ ଦଣ୍ଡ ଦିଆଯିବା ନେଇ ସନ୍ତୁଷ୍ଟ ଅଛନ୍ତି। ୪ ଅପରାଧୀଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଆବେଦନ କରିଥିଲେ ହେଁ କୋର୍ଟ ତାକୁ ଖାରଜ କରି ଦେଇଥିଲେ। ଏହି ଘଟଣାରେ ନିର୍ଭୟାଙ୍କ ମା ସନ୍ତୋଷ ପ୍ରକାଶ କରି କହିଛନ୍ତି, ଏହି ଆବଦନ ଖାରଜ ହେବା କଥା। । ଅପରାଧୀ ଯାହା ଯାଚିକା ଦାୟର କରନ୍ତୁ ନା କାହିଁକି, ଆମ ଲଢିବାକୁ ପ୍ରସ୍ତୁତ ଅଛୁ କହିଛନ୍ତି ନିର୍ଭୟାଙ୍କ ମା‘।

 

 

You might also like