ଜେଲ୍‌ରେ ଏତେ ଟଙ୍କା କମାଇଥିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଏମାନେ ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି   ୧ ଲକ୍ଷ ୩୭ ହଜାର ଟଙ୍କାର ରୋଜଗାର କରିଛନ୍ତି। ତେବ ପ୍ରଶ୍ନ ଉଠୁଛି,  ଦୋଷୀଙ୍କର ମୃତ୍ୟୁ ପରେ କିଏ ନେବ ଏହି ଟଙ୍କା ?

ତିହାର ଜେଲ ପ୍ରଶାସକଙ୍କ କହିବା ଅନୁଯାୟୀ, ମୁକେଶ କୌଣସି କାମ କରି ନ ଥିଲା। ଅକ୍ଷୟ ୬୯ ହଜାର, ପବନ ୨୯ ହଜାର ଏବଂ ବିନୟ ୩୯ ହଜାର ଟଙ୍କା ରୋଜଗାର କରିଥିଲା। ଏହି ଟଙ୍କା ସେମାନଙ୍କ ପରିବାରକୁ ଦିଆଯିବ ବୋଲି କହିଛନ୍ତି ଜେଲ  କର୍ତ୍ତୃପକ୍ଷ। ଏହା ସହିତ ୪ ଦୋଷୀଙ୍କ ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯିବ ।

ସୂଚନାଥାଉ କି, ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ  ତିହାର ଜେଲ୍‌ର ଫାଶୀ ଦିଆଯାଇଛି । ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି  ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା କୌଣସି ବାହନା ଦେଖାଇ ଟାଳି ଆସୁଥିଲେ। ଶେଷରେ ଆଜି ଫାଶିଖୁଣ୍ଟରେ ଝୁଲିଲେ।

ଆଜି ସକାଳୁ ତିହାର ଜେଲ ସମ୍ମୁଖରେ ଖୁବ ଭିଡ ଦେଖିବାକୁ ମିଳିଥିଲା। ଫାଶି ପରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଲୋକେ ମିଠା ବାଣ୍ଟିଥିଲେ। ଆଜିର ସକାଳ ନ୍ୟାୟର ସକାଳ ବୋଲି ଲୋକେ କହୁଥିବା ଶୁଣିବାକୁ ମିଳିଥିଲା। ଫାଶି ପରେ ନିର୍ଭୟାଙ୍କ ମା’ ଓ ବାପା ମଧ୍ୟ ଖୁସି ପ୍ରକଟ କରିଛନ୍ତି। ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଲା ଏବଂ ଆମ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି।

 

You might also like