ଫେବୃଆରୀ ୧ରେ ଫାଶୀ ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି ପଟିଆଲା ହାଉସ୍‌ କୋର୍ଟ। ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ୪ ଜଣଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ଆବେଦନ କରିବା ପରେ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। 

ଏହାପରେ  ନିର୍ଭୟା ମାମଲାରେ ସଂପୃକ୍ତ ୪ ଜଣ ଦୋଷୀ ମୁକେଶ ସିଂହ, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ପବନ ଗୁପ୍ତାଙ୍କ ଫାଶୀ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ଦୋଷମାନେ ବିଭିନ୍ନ ବାହନା କରି ତାରିଖ ଘୁଞ୍ଚାଉଛନ୍ତି ବୋଲି ପୀଡିତା ନିଭୟାଙ୍କା ମା’ ଅଭିଯୋଗ କରି ଆସୁଥିଲେ। ଏପରିକି ଏଥିପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଜ୍ରିୱାଲ୍‌ଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।

ତେବେ ଫାଶୀଦଣ୍ଡରୁ ବର୍ତ୍ତିବା ପାଇଁ ଜଣେ ଦୋଷୀ ପବନ ନିଜକୁ ନାବଳକ କହି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛି। ଏହା ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିବା ଜଣାଯାଇଛି।

You might also like