ନିର୍ଭୟା ଦୋଷୀଙ୍କ ଓକିଲ କହିଲେ-ଫାଶି ମାନବାଧିକାର ଉଲ୍ଲଘଂନ

ନୂଆଦିଲ୍ଲୀ: ଶେଷରେ ଫାଶି ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ। ୭ବର୍ଷର ସଂଘର୍ଷ ପରେ ନିଭୟାଙ୍କ ମିଳିଲା ନ୍ୟାୟ। ବାରମ୍ବାର ଫାଶି଼ ତାରିଖକୁ ଟାଳିବା ପରେ ଏଥର ମଧ୍ୟ ୪ ଦୋଷୀଙ୍କ ଫାଶିକୁ ନେଇ ଦେଶବାସୀ ଅନିଶ୍ଚିତ ଥିଲେ। ଏପରିକି ଦୋଷୀଙ୍କ ଓକିଲ ଶେଷ ମୁହୂର୍ତ୍ତରେ ଫାଶିକୁ ଟାଳିବା ପାଇଁ ନୂଆ ଚାଲ ଖେଳିଥିଲେ। ଫାଶି ପୂର୍ବରୁ ଗତ ରାତିରେ ବି ଦୋଷୀଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ କରିଥିଲେ ସେମାନଙ୍କ ଓକିଲ ଏ.ପି. ସିଂହ।

ଗୁରୁବାର ରାତିରେ ବସିଲା ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଶୁଣାଣି। ତେବେ ନିର୍ଭୟା ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିବା ସହ ଫାଶି ଘୁଞ୍ଚାଇବା ଆବେଦନକୁ ଖାରଜ କରିଥିଲେ ସବୋର୍ଚ୍ଚ ଅଦାଲତ ।

ଏହି ଆବେଦନରେ ନୂଆ ଯୁକ୍ତି କି କୌଣସି ନୂଆ ଦସ୍ତାବିଜ୍ ନାହିଁ, ତେଣୁ ଏହି ଆବେଦନ ଭିତ୍ତିହୀନ ବୋଲି କୋର୍ଟ କହିବା ସହ ଏପି ସିଂହଙ୍କ ଉପରେ ପ୍ରବଳ ବର୍ଷିଥିଲେ ବିଚାରପତି ଜଷ୍ଟିସ୍ ଭୂଷଣ।

ଫାଶିର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଦୋଷୀଙ୍କ ଓକିଲ ଶେଷ ଥର ପାଇଁ ଚଳାଇଥିଲେ ଚାଲ୍। କିପରି ଫାଶିକୁ ରୋକାଯିବ ସେ ନେଇ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ହେଲେ ଏହାକୁ ଉଭୟ କୋର୍ଟ ଖାରଜ କରିଦେଇଥିଲେ।

ସେପଟେ କୋର୍ଟରୁ ଆବେଦନ ଖାରଜ ହେବା ପରେ ଦୋଷୀଙ୍କ ଓକିଲ ଅଜବ ଯୁକ୍ତି ରଖିଛନ୍ତି। ଦିଲ୍ଲୀରେ କରୋନା ନେଇ କର୍ଫୁ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଉପର କୋର୍ଟ ଏବଂ ଆଇସିଜେରେ ଆବେଦନ କରିବା ପାଇଁ ଦସ୍ତାବିଜ୍ ପ୍ରିଣ୍ଟ କରି ପାରିଲେନି ବୋଲି ଦର୍ଶାଇଥିଲେ ଓକିଲ ଏପି ସିଂହ। ଆଉ ଶେଷରେ ଫାଶି ଦିଆଯିବା ପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୋଷୀଙ୍କୁ ଫାଶି ଦେଇ ମାନବାଧିକାର ଉଲ୍ଲଂଘନ କରାଯାଉଥିବା ସେ କହିଛନ୍ତି ବୋଲି କହିଛନ୍ତି।

You might also like