ଓକିଲଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଲୋକେ, କହିଲେ…

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଆଜି ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । ଫାଶି ରୋକିବା ନେଇ ସମସ୍ତ ଆବେଦନ ଖାରଜ ହେବା ପରେ ଅଜବ ଯୁକ୍ତି ରଖିବା ସହ ନିର୍ଭୟାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।

ଏପି ସିଂହ ନିର୍ଭୟା ମା’ ଏବଂ ନିର୍ଭୟା ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ନିର୍ଭୟାଙ୍କ ମା’ଙ୍କୁ ଜଣା ନାହିଁ ଯେ ତାଙ୍କ ଝିଅ ରାତି ୧୨.୩୦ ପର୍ଯ୍ୟନ୍ତ  କେଉଁଠି ଥିଲା ? ଏହା ପରେ ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ଲୋକେ ତାଙ୍କୁ ରୋକିବା ସହ ଏପରି ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହିଥିଲେ।

ଏହାକୁ ନେଇ ଘଟଣାସ୍ଥଳରେ ଥିବା କିଛି ମହିଳା ସମାଜସେବୀ ତାଙ୍କୁ ବିରୋଧ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପରିସ୍ଥିତି ଏତେ ଉଦ୍‌ବେଗଜନକ ହୋଇଥିଲା ଯେ, ପୋଲିସ୍ କର୍ମଚାରୀ ପହଞ୍ଚି ମହିଳା କର୍ମୀଙ୍କୁ ସେଠୁ ନେଇ ଯାଇଥିଲେ।

ନିର୍ଭୟା ଦୋଷୀଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଯେପରି ଚାଲ ଖେଳୁଥିଲେ ସେ ନେଇ ଲୋକଙ୍କ ଆକ୍ରୋଶ ତାଙ୍କ ଉପରେ ଥିଲା। ଏପରି ମନ୍ତବ୍ୟ ଉପରେ ତାଙ୍କ ଉପରେ ଆହୁରି ବର୍ଷିଥିଲେ। ଏପରିକି କେହ ତାଙ୍କୁ ପାଗଳଖାନାକୁ ନେଇ ଯିବାକୁ କହିଥିଲେ ତ କେହି ତାଙ୍କୁ ଓକିଲାତି ଛଡ଼ି ସନ୍ନ୍ୟାସୀ ହେବା ପାଇଁ କହିଥିଲେ।

You might also like