ରାଜକ୍ଷମା ଖାରଜ ବିରୋଧରେ ଆବେଦନ କଲା ବିନୟ
ନୂଆଦିଲ୍ଲୀ: ଫାଶିଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ପୁଣି ଭେଳିକି। ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଚାଲାକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ବିନୟ ତରଫରୁ ଓକିଲ ଏପି ସିଂହ ହିଁ ଏହି ଆବେଦନ କରିଛନ୍ତି। ରାଜକ୍ଷମା ଖାରଜ ବେଳେ ପ୍ରଚଳିତ ନିୟମକୁ ଅଣଦେଖା କରାଯାଇଛି ଓ ସାମ୍ବିଧାନିକ ଅନିୟମିତତା ହୋଇଥିବା ଓକିଲ ଏପି ସିଂହ କହିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ଏପି ସିଂହ ହାଇକୋର୍ଟ ରେଜେଷ୍ଟ୍ରୀଙ୍କ ନିକଟରେ ଅପିଲ କରିଛନ୍ତି।
ହେଲେ ଉକ୍ତ ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଦେଇଥିବା ପ୍ରସ୍ତାବରେ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦସ୍ତଖତ ନଥିଲା। ତେଣୁ ବିନୟ କ୍ଷେତ୍ରରେ ପ୍ରଚଳିତ ନିୟମକୁ ଅଣଦେଖା କରାଯାଇଥିଲା ବୋଲି ଆବେଦନରେ ଦର୍ଶାଯାଇଛି।