ନିର୍ଭୟା ଦୋଷୀକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ବିନୟ ଶର୍ମାର ଓକିଲ ଶନିବାର କୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କ ମହକିଲ ବିନୟକୁ ଜେଲ୍‌ରେ ସ୍ଲୋ ପଏଜନ୍‌ ଦିଆଯାଇଥିବା ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲେ ବି ଡାକ୍ତରୀ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରିଲା ନାହିଁ ବୋଲି ସେ କୋର୍ଟରେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଦୋଷୀଙ୍କ ଓକିଲ ମାଗିଥିବା ସମସ୍ତ ରିପୋର୍ଟ ତାଙ୍କୁ ଦିଆସରିଛି। ଦୋଷୀଙ୍କ ଦଣ୍ଡ ବିଧାନକୁ ବିଳମ୍ବ କରିବା ପାଇଁ ଏପରି ଚାଲ୍ ଚଲା ଯାଉଛନ୍ତି ବୋଲି କୋର୍ଟରେ ତଥ୍ୟ ଉପସ୍ଥାପନ ବେଳେ ନିର୍ଭୟାଙ୍କ ପକ୍ଷରୁ କୁହାଯାଇଥିଲା। ନିର୍ଭୟାଙ୍କ ପକ୍ଷରୁ ଏଭଳି ମନ୍ତବ୍ୟ ପରେ ଏମିତି ଅଭିଯୋଗ ଆଣିଛନ୍ତି ବିନୟଙ୍କ ଓକିଲ।

ନିର୍ଭୟାର ୪ ଦୋଷୀଙ୍କ ମଧ୍ୟରୁ ଦୁଇଜଣଙ୍କ ଓକିଲ ଗତକାଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ବି ତିହାର ଜେଲ୍ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କିଛି ଜରୁରୀ ଦସ୍ତାବିଜ୍‌ ଦେଉ ନାହାନ୍ତି ବୋଲି କୋର୍ଟରେ କହିଥିଲେ।

ବିନୟଙ୍କ ଦ୍ୱାରା ଲିଖିତ ‘ଦରିନ୍ଦା’ ନାମରେ ୧୬୦ ପେଜ୍‌ର ଡାଏରୀ  ମଧ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନ ଥିବା ଦୋଷୀଙ୍କ ଓକିଲ ଶନିବାର କୋର୍ଟରେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, “ଜାନୁଆରୀ ୨୨ରୁ ସେ ସେହି ଡାଏରୀ ମାଗୁଛନ୍ତି, କିନ୍ତୁ ତାହା ଏପର୍ଯ୍ୟନ୍ତ ଜେଲ୍‌ ନମ୍ବର୍‌ ୪ରେ ରହିଛି। ଯାହ ଦିଆଯାଉ ନାହିଁ। ମର୍ସି ପିଟିସନ୍ ପାଇଁ ଏହି ଡାଏରୀ ଅତ୍ୟନ୍ତ ଆବଶ୍ୟକ।”

ସେ କହିଛନ୍ତି “ ଆମେ ଜେଲ୍‌ ନମ୍ବର ୨ ଓ ୩ର ରେକର୍ଡ ଚାହୁଁଛୁ। ବର୍ତ୍ତମାନ ବିନୟକୁ ଜେଲ୍‌ ନମ୍ବର୍‌ ୪କୁ ପଠାଇ ଦିଆଯାଇଛି। ତାକୁ ସ୍ଲୋ ପଏଜନ୍ ଦିଆଯାଇଥିଲା। ପରେ ଜେଲ୍‌ର ଥିବା ଡାକ୍ତରଖାନାରେ ତାର ଚିକିତ୍ସା କରାଯିବା ପରେ ସେଠାରୁ ତାକୁ ଡିଡିୟୁ ହସ୍‌ପିଟାଲ୍‌ ଓ ପରେ ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌କୁ ନିଆଯାଇଛି। ଜେଲ୍‌ ତା’ର କିଭଳି ଚିକିତ୍ସା କରାଯାଉଥିଲା ଆମେ ତା’ର ପ୍ରମାଣ ଚାହୁଁଛୁ। ତା’ର ହାତ ଭାଙ୍ଗିଛି, ତାକୁ ସ୍ଲୋ ପଏଜନ୍‌ ଦିଆଯାଉଛି। ଏସବୁ ତଥ୍ୟ ଆମକୁ ଦିଆଯାଇ ନାହିଁ” ବୋଲି ଦୋଷୀଙ୍କ ଓକିଲ ଅଭିଯୋଗ ଆଣିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବିନୟ ଭଲ ସ୍ଥିତିରେ ନାହିଁ। ସେ ଖାଇବା ପିଇବା ମଧ୍ୟ ଛାଡ଼ି ଦେଇଛି। ତେଣୁ ଏହିସବୁ ଦିଗକୁ ଧ୍ୟାନରେ ରଖି ରାଷ୍ଟ୍ରପତି ମର୍ସି ପିଟିସନ୍‌କୁ ତଦାରଖ କରିବା କଥା।

ସେହିଭଳି ଶୁକ୍ରବାର ଦିଲ୍ଲୀ କୋର୍ଟରେ ଶୁଣାଣି ବେଳେ ଦୁଇ ଦୋଷୀଙ୍କ ଓକିଲ ତିହାର୍‌ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କେତେକ ତଥ୍ୟ ଦେଉ ନ ଥିବାର ଅଭିଯୋଗ ଲଗାଇଥିଲେ। କ୍ୟୁରେଟିଭ୍‌ ପିଟିସନ୍‌ ପାଇଁ ଆବଶ୍ୟକ ହେଉଥିବା ତଥ୍ୟ ତିହାର ଜେଲ୍ କର୍ତ୍ତୃପକ୍ଷ ଦେଉନଥିବା କୋର୍ଟରେ କହିଥିଲେ ଓକିଲ ଏ.ପି. ସିଂହ।

ସୂଚନା ଥାଉକି, ସୁପ୍ରିମକୋର୍ଟ ନିକଟରେ ଦୁଇ ଦୋଷୀ ବିନୟ କୁମାର ଶର୍ମା(୨୬) ଓ ମୁକେଶ ସିଂହ (୩୨)ଙ୍କ କ୍ୟୁରେଟିଭି  ପିଟିସନ ଖାରଜ୍ କରି ସାରିଛନ୍ତି। ଏଥିସହିତ ଫେବ୍ରୁଆରୀ ୧ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ନେଇ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଦୁଇ ଦୋଷୀଙ୍କର କ୍ୟୁରେଟିଭ୍‌ ପିଟିସନ ଦାଖଲ୍ ହୋଇପାରି ନାହିଁ। ତେଣୁ ଯଦି ଦୁଇ ଦୋଷୀ ଅଲଗା ଅଲଗା ଭାବେ କ୍ୟୁରେଟିଭ୍‌ ପିଟିସନ୍ ଦାଖଲ କରନ୍ତି, ତେବେ ପୁଣି ଫାଶୀ ବିଳମ୍ବ ହୋଇପାରେ।

ନିର୍ଭୟା ପାପ
୨୦୧୨ରେ ଡିସେମ୍ବର ୧୬-୧୭ ମଧ୍ୟ ରାତ୍ରୀରେ ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଏହି ୬ ଜଣ ପାପୀ ନିଷ୍ଠୁର ଭାବେ ଗଣଦୁଷ୍କର୍ମ କରିଥିଲେ। ଦକ୍ଷିଣ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଚଳନ୍ତା ବସ୍‌ରେ ଏହି ଦୁଷ୍କର୍ମ ଘଟଣା ହୋଇଥିଲା।

You might also like