ନିର୍ଭୟା ଦୋଷୀଙ୍କ ଆବେଦନ ଉପରେ ଶୁଣାଣି ଶୀଘ୍ର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଫେବ୍ରୁଆରୀ ୧ ତାରିଖ ଧାର୍ଯ୍ୟ କରାଯାଇଛି। ମୃତ୍ୟୁ ଅପେକ୍ଷାରେ ଥିବା  ଏହି ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମୁକେଶ କରିଥିବା ରାଜକ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କରିଛି। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ  ସେ ନିବେଦନ କରିଛି।

ମୁଖ୍ୟ ବିଚାରପତି ଏସ.ଏ.ବୋବଡେ କହିଛନ୍ତି, ମୁକେଶର ଆବେଦନ ଉପରେ ଶୀଘ୍ର ଶୁଣାଣି କରିବା ଆବଶ୍ୟକ। ସେ କହିଛନ୍ତି, କାହାକୁ ତିନି ଦିନ ପରେ ଫାଶୀ ଦିଆଯିବା ମାନେ ତାହାର ଆବେଦନ ଉପରେ ଶୁଣାଣିକୁ ପ୍ରାଥମିକତା ଦେବା ଉଚିତ୍‌।

ଏଠି କହିରଖିବୁ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ବଳାତ୍କାର ମାମଲରେ ଦୋଷୀ ମୁକେଶ ସିଂହଙ୍କ ରାଜକ୍ଷମା ଆବେଦନକୁ ଜାନୁଆରୀ ୧୭ ତାରିଖ ଖାରଜ କରି ଦେଇଥିଲେ। ଏହା ପୂର୍ବରୁ ବିନୟ ମଧ୍ୟ ରାଜକ୍ଷମା ପାଇଁ ଆବେଦନ କରିଥିଲା।

ତେବେ ନିର୍ଭୟା ଦୋଷୀ ବାରମ୍ବାର ଏପରି କୋର୍ଟଙ୍କ ଦ୍ୱାରସ୍ତ ହୋଇ ଫାଶୀ ତାରିଖକୁ ଘୁଞ୍ଚାଇବାକୁ ଚାହଁଛନ୍ତି। ନିର୍ଭୟାଙ୍କ ବାପା-ମା’ ମଧ୍ୟ ଏହିପରି ଆଶଙ୍କା କରୁଛନ୍ତି।

You might also like