ଭାରତ ପ୍ରତ୍ୟାର୍ପଣ ନେଇ ନୀରବ ମୋଦି ଓକିଲଙ୍କ ଅଜବ ଯୁକ୍ତି: କହିଲେ, ଜେଲ୍‌ରେ ମୂଷା ଅଛନ୍ତି

ନୂଆଦିଲ୍ଲୀ:ବ୍ୟାଙ୍କ ମହାଠକେଇ କରି ଲଣ୍ଡନ ପଳାଇଥିବା ନୀରବ ମୋଦିଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଅଦାଲତରେ ଆଜି ଶୁଣାଣି ହୋଇଥିଲା। ନୀରବଙ୍କ ଓକିଲ ପ୍ରଥମେ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଉପରେ ଅଦାଲତଙ୍କୁ ଜଣାଇ ମୁମ୍ବାଇ ଆର୍ଥର ରୋଡ ଜେଲରେ ମାନସିକ ରୋଗୀଙ୍କ ପାଇଁ ଡାକ୍ତର ନ ଥିବା କହିଥିଲେ। ଏବେ ଏକ ନୂଆ ବାହନା କରିଛନ୍ତି। ନୀରବଙ୍କୁ ବଞ୍ଚାଇବା  ଲାଗି ତାଙ୍କ ଓକିଲ କହିଛନ୍ତି, ଆର୍ଥର ରୋଡ ଜେଲ୍‌ରେ ମୂଷା ଥିବା ନେଇ ଏକ ଦଲିଲରେ ଦେଇଛନ୍ତି।

ଶୁଣାଣି ସମୟରେ ନିରବଙ୍କ ଓକିଲ କୋର୍ଟଙ୍କୁ କହିଥିଲେ, ମୁମ୍ବଇର ଆର୍ଥର ରୋଡ ଜେଲରେ ମୂଷା ଏବଂ ପୋକ ଅଧିକ ଅଛନ୍ତି। କଏଦୀଙ୍କ ପାଇଁ ଗୋପନୀୟତା ବୋଲି କିଛି ନାହିଁ। ନୀରବଙ୍କ ଓକିଲ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ତାଙ୍କୁ ଆର୍ଥର ଜେଲ୍‌ରେ ରଖାଯାଏ ତେବ ମାନବାଧିକାର ଉଲ୍ଲଘଂନ ହେବ। ଜେଲ ପରିସରରେ ଏକ ନାଲା ଅଛି ଏବଂ ଏହା ନିକଟରେ ଝୋପଡି ବସ୍ତି ଅଛି ଯେଉଁଠାରେ ସବୁବେଳେ ଘୋଘା ଲାଗି ରହିଥାଏ। ଏପରି ପରିସ୍ଥିତିରେ ରହିବା କଷ୍ଟକର ବୋଲି ସେ କୋର୍ଟଙ୍କୁ ଦର୍ଶାଇଛନ୍ତି।  ଅନ୍ୟପକ୍ଷେ ଭାରତୀୟ ଏଜେନ୍ସ ପକ୍ଷରୁ କୁହାଯାଇଛି ଯେ , ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ କଲା ପରେ ତାଙ୍କର ଆର୍ଥର ରୋଡ଼ର ବ୍ୟାରେକ ନମ୍ବର୧୨ରେ ରଖାଯିବ। ଆର୍ଥିକ ଅପରାଧରେ ଜଡ଼ିତ ଅପରାଧୀଙ୍କ ପାଇଁ ଏହି ଜେଲ ଉଦ୍ଦିଷ୍ଟ।  ଏପରିକି ଭାରତୀୟ ଏଜେନ୍ସି ପକ୍ଷରୁ ଆର୍ଥର ଜେଲର ଏକ ଭିଡିଓ ଅଦାଲତରେ ଦେଖାଯାଇଥିଲା।

ଅନ୍ୟପକ୍ଷେ ଜେଲ ପରିସରରେ କୌଣସି ନାଲା ନାହିଁ ବୋଲି ଭାରତୀୟ ଏଜେନ୍ସି ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ବନ୍ଦୀଙ୍କ ପାଇଁ ଯଥେଷ୍ଟ ଜାଗା ରହିଛି। ତେବେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆର୍ଥର ଜେଲ୍‌ର ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି।

You might also like