ପିଏନବି ଘୋଟାଲାର ଖଳନାୟକ ନିରବ ମୋଦି ଆସିବ ଭାରତ ! ପ୍ରତ୍ୟାର୍ପଣକୁ ନେଇ ରାୟ ଶୁଣାଇଲେ ବ୍ରିଟେନ କୋର୍ଟ

ଲଣ୍ଡନ: ପିଏନବି ମହାଘୋଟାଲାର ମୁଖ୍ୟ ଖଳନାୟକଙ୍କୁ ଭାରତ ଅଣାଯିବ। ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାଣ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି  । ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନିରବଙ୍କୁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା ସିବିଆଇ, ଇଡି।  ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ବୋଲି କହିଛନ୍ତି କୋର୍ଟ ।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି ନିରବ ମୋଦି । ତେବେ ତାଙ୍କ ଦ୍ୱାରା କୋର୍ଟରେ ଦିଆଯାଇଥିବା ପ୍ରମାଣର କୌଣସି ତାଳମେଳ ନାହିଁ । ଠକେଇର ପ୍ରମାଣ ଥିବା ସହ ସେ ଦୋଷୀ ସାବ୍ୟସ୍ତ ହୋଇପାରିବେ । ସାକ୍ଷୀଙ୍କୁ ଧମକ ଦେବା ପାଇଁ ଉଦ୍ୟମ ଚାଲିଥିବା କଥା ମଧ୍ୟ କହିଛନ୍ତି କୋର୍ଟ । ତେବେ ଶୁଣାଣି  ପରେ ମାଜିଷ୍ଟ୍ରେଟଙ୍କ କୋର୍ଟର ନିଷ୍ପତ୍ତି ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ଦସ୍ତଖତ ପାଇଁ ପଠାଯିବ। ଅନ୍ୟପଟେ ଭାରତରେ ଜେଲର ଅବସ୍ଥାକୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।

କୋର୍ଟଙ୍କ ନିଷ୍ପତ୍ତି ପରେ ନୀରବଙ୍କ ଭାରତ ଆସିବାର ରାସ୍ତା ସଫା ହୋଇଯାଇଛି। ତେବେ ତୁରନ୍ତ ତାଙ୍କୁ ଭାରତର ଆଣିବାର ସମ୍ଭାବନା ଦେଖାଯାଉ ନାହିଁ। କୋର୍ଟଙ୍କ ନିଷ୍ପତ୍ତି ପରେ ନୀବର ମୋଦିଙ୍କ ପାଖରେ ଉପର ଅଦାଲତ ପାଖରେ ଗୁହାରୀ ଜଣାଇବାର ବିଳଳ୍ପ ରହିଛି । ଏହି ରାୟ ବିରରୋଧରେ ସେ ହାଇକୋର୍ଟରେ ଅପିଲ କରିପାରିବ । ତାଙ୍କ ପାଖରେ ଏବେ ୨୮ ଦିନର ସମୟ ରହିଛି । ହାଇକୋର୍ଟରେ ଝଟକା ଲାଗିବା ପରେ ସେ ମାନବାଧିକାର କୋର୍ଟ ମଧ୍ୟ ଯାଇପାରିବ । ଏହାବ୍ୟତୀତ ମାନବାଧିକାର କୋର୍ଟ ସହ କଥାବାର୍ତ୍ତ କରି ୟୁରୋପୀୟ ଅଦାଲତ ଯିବାପାଇଁ ମଧ୍ୟ ତାଙ୍କ ପାଖରେ ବିକଳ୍ପ ରହିଛି ।

ସୂଚନାଯୋଗ୍ୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି  ଠକେଇ କରି ଲଣ୍ଡନ ଜେଲରେ ଅଛନ୍ତି ନୀବବ ମୋଦି । ଭାରତ ପକ୍ଷରୁ  ଅଭିଯୋଗ ପରେ ସେ ଲଣ୍ଡନର ଏକ ଜେଲରେ ସଜା କାଟୁଛନ୍ତି । ଗିରଫ ପରଠାରୁ ୬ଥର ଚେଷ୍ଟା କରିସାରିବା ପରେ ବି ତାଙ୍କ ଜାମିନ ଆବେଦନକୁ  ଖାରଜ କରିଦେଇଥିଲେ ବ୍ରିଟେନ୍ କୋର୍ଟ ।  ନୀବବଙ୍କୁ ୨୦୧୯ ମାର୍ଚ୍ଚ ୨୫ରେ ଗିରଫ କରାଯାଇଥିଲା। ଲଣ୍ଡନରେ ବେଶ ବଦଳାଇ ବୁଲୁଥିବାର ଦେଖିଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

You might also like