ବାପାଙ୍କୁ ପିଠିରେ ବୋହି କୂଳକୁ ଆଣିଲା ୯ ବର୍ଷର ଶିଶୁ

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ୯ ବର୍ଷର ଏକ ଶିଶୁକୁ ନେଇ ବେଶ ଚର୍ଚ୍ଚା। ପହଁରୁଥିବା ସମୟରେ ତାଙ୍କ ବାପାଙ୍କ ବେକର ହାଡ ଭାଙ୍ଗିଗଲା ଯାହାଫଳରେ କୂଳକୁ ଆସିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ହେଲେ ପାଖରେ ଥିବା ୯ ବର୍ଷର ପୁଅ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ବାପାଙ୍କୁ ଯେପରି କୂଳକୁ ଆଣିଲା ତାହା ଦେଖିବା ପରେ ସାରା ଫ୍ଲୋରିଡା ଏବେ ଶିଶୁର ପ୍ରଶଂସାରେ ଶତମୁଖ।

୯ ବର୍ଷର ଏହି ପୁଅର ନାମ ଅସାଇ ୱିଲିୟମ। ଶିଶୁଟି ଭଲ ପହଁରା ଜାଣେ। ଯେତେବେଳେ ସେ ପହଁରିବାକୁ ଯାଏ, ସେଠାରେ ଥିବା ଅନ୍ୟମାନଙ୍କୁ ପାଣିରେ ବୁଡିବାକୁ କହେ ଏବଂ କିଛି ସମୟ ପରେ ଉଠିବାକୁ କହିଥାଏ। ଯଦି ନିର୍ଦ୍ଦିଷ୍ଟ ସମୟରେ ସେ ପାଣିରୁ ବାହାରି ଆସନ୍ତିନି ତେବେ ୱିଲିୟମ ନିଜେ ତାଙ୍କୁ ଖୋଜିବାକୁ ଚାଲିଯାଏ। ଅନ୍ୟମାନଙ୍କୁ ପାଣିରୁ କିପରି ବଞ୍ଚାଇବ ତାହାର ଅଭ୍ୟାସ ରୀତିମତ ପିଲାଟି କରୁଥାଏ। ଅବଶ୍ୟ ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହିଁ। ଯାହା ବି ହେଉ, ପିଲାଟିର ଏଇ ଖେଳ ଆଜି ତା ବାପାଙ୍କ ଜୀବନ ବଞ୍ଚାଇ ଦେଇଛି।

ଗତ ଶନିବାର ଦିନର ଘଟଣା। ୱିଲିୟମଙ୍କ ପରିବାରର ୫ ଜଣ ସଦସ୍ୟ କ୍ୱାଇଟୱାଟର ବିଚ୍‌କୁ ଯାଇଥିଲେ। ସେତେବେଳକୁ ସୂର୍ଯ୍ୟ ଅସ୍ତ ହୋଇ ସାରିଲେଣି । ଏହି ସମୟ ପରେ ୱିଲିୟମ ବାପା ଜାଶଙ୍କୁ ପାଣିରେ ଡୁବ୍‌କି ମାରିବାକୁ କହିଥିଲେ। ବାପାଙ୍କୁ ଏକ ଡଙ୍ଗା ଉପରୁ ଡେଇଁବାକୁ ଜିଦ୍‌ କରିଥିଲେ ୱିଲିୟମ। ପୁଅର ଏପରି ଜିଦ୍‌ ପୂରଣ କରିବାକୁ ଯାଇ ବାପାଙ୍କ ବେକର ହାଡ ଭାଙ୍ଗି ଯାଇଥିଲା। ୱିଲିୟମ ସ୍ଥାନୀୟ ଏକ ଗଣାମଧ୍ୟମକୁ ସୂଚନା ଦେଇ କହିଛି, ମୋର ଏତିକି ମନେ ଅଛି, ବାପା ମୋତେ କହିଥିଲେ ମୋର ବେକର ହାଡ ଭାଙ୍ଗି ଯାଇଛି। ଏହା ଶୁଣିବା ପରେ ମୋତେ ବହୁତ ଭୟ ଲାଗିଥିଲା। ’

ଯାହା ବି ହେଉ, ଏପରି ଅବସ୍ଥାରେ ୱିଲିୟମଙ୍କ ବାପା ପାଣିରେ ସିଧା ହୋଇ ରହିଲେ । ଚେଷ୍ଟା କରି ମଧ୍ୟ ବୁଲି ପାରିଲେ ନାହିଁ। ତେବେ ୱିଲିୟମ ଅପୂର୍ବ ସାହାସ ଦେଖାଇଥିଲା। ପାଣିକୁ ଡେଇ, ବାପାଙ୍କୁ ପିଠି ଉପରେ ଲଦି ଧିରେ ଧରେ ପହଁରି କୂଳକୁ ଆସିଲେ। ଏହାପରେ ଜଶଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସୋମବାର ତାଙ୍କ ବେକର ଅପରେଶନ କରାଯାଇଛି। ତାଙ୍କ ଅବସ୍ଥା ଏବେ ଭଲ ଅଛି।

 

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like