• translate
Odishatv Bureau

ଅହମଦାବାଦ: କରୋନା ଭାଇରସ ସଂଖ୍ୟା ବଢ଼ିବାରୁ ଗୁଜରାଟ ସରକାର ଗତକାଲି ଅହମଦାବାଦ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲେ। ଏବେ ଅହମଦାବାଦ ସହିତ ସୁରତ, ଭଦୋଦରା ଓ ରାଜକୋଟ୍‌ରେ ବି ରାତ୍ରୀକାଳିନ କର୍ଫ୍ୟୁ ଲଗାଇଛନ୍ତି ଗୁଜରାଟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଆସନ୍ତାକାଲି ଠାରୁ ଏହି ୩ ସହରରେ ପାଇଁ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହେବ। ଏନେଇ ଶୁକ୍ରବାର ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ୍‌ ସୂଚନା ଦେଇଛନ୍ତି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ ବୋଲି ନୀତିନ ସୂଚନା ଦେଇଛନ୍ତି।

କରୋନା ଭାଇରସ ବୃଦ୍ଧି ପାଉଥିବାରୁ ଗତକାଲି ଅହମଦାବାଦରେ ମଧ୍ୟ ରାତ୍ରୀକାଳିନ କର୍ଫ୍ୟୁ ଲଗାଇଥିଲେ ରାଜ୍ୟ ସରକାର। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଥିଲା। କିନ୍ତୁ ଏହି ୩ ସହରରେ ପାଇଁ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି।

Other Stories