ଏଇ ରାଜ୍ୟରେ ସପ୍ତାହକୁ ୨ ଦିନ ଲକ୍ଡାଉନ୍ ଘୋଷଣା
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତାହା ସହ ସପ୍ତାହନ୍ତ ୨ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଲକ୍ଡାଉନ୍ କରିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ରେଷ୍ଚୁରାଣ୍ଟରେ କେବଳ ପାର୍ସଲ ଆଣିବାକୁ ଅନୁମତି ମିଳିବ। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ହୋଟେଲ୍, ମଲ୍, ସିନେମା ହଲ୍, ରେଷ୍ଟୁରାଣ୍ଟ, ଗାର୍ଡେନ, ଖେଳପଡ଼ିଆ ବନ୍ଦ କରାଯାଇଛି। କଟକଣା ଭିତରେ ଲୋକାଲ୍ ଟ୍ରେନ୍ ଓ ପବ୍ଲିକ ଟ୍ରାନ୍ସପୋର୍ଟ ଚାଲିବ। ୫୦% ଯାତ୍ରୀଙ୍କୁ ନେଇ ଅଟୋ, ଟ୍ୟାକ୍ସି, ବସ୍ ଚାଲିପାରିବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଚାଲିବ।
ଶିଳ୍ପ କାରଖାନା ଓ ପରିବା ବଜାର ଧାର୍ଯ୍ୟ SOPରେ ଚାଲିବ।
ମହାରାଷ୍ଟ୍ରରେ ମହାମାରୀ କରୋନା ଦିନକୁ ଦିନ ସାଂଘାତିକ ସ୍ଥିତି ଆଡ଼କୁ ଯାଉଛି। ଯଦି ସ୍ଥିତିରେ ସୁଧାର ନଆସେ ତାହାହେଲେ ମହାରାଷ୍ଟ୍ରରେ ଲକ୍ଡାଉନ୍ ଲାଗୁ କରାଯିବା ନେଇ ଏଡାଇ ଦିଆଯାଇପାରିବ ନାହିଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଥିଲେ। ଲୋକମାନେ ନିୟମ ମାନିବାକୁ ସେ ନିବେଦନ କରିଥିଲେ।