ଦିଲ୍ଲୀରେ ଲାଗୁହେଲା ନାଇଟ କର୍ଫ୍ୟୁ
ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି।
ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଏପ୍ରିଲ ୩୦ ତାରିଖ ଯାଏ ଲାଗୁ ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ନାଇଟ୍ କର୍ଫ୍ୟୁ ସମୟରରେ ଯେଉଁମାନେ ଭାକ୍ସିନ ଲଗାଇବା ପାଇଁ ଯିବାକୁ ଚାହିଁବେ ସେମାନଙ୍କ ପାଇଁ ନିୟମ କୋହଳ କରାଯିବ। ରାଶନ, ଫଳ, ପନିପରିବା, ଦୁଧ, ଔଷଧ ଆଦି ଦୋକାନକ ଇ-ପାସ ଜରିଆରେ ଯିବା ଆସିବା ପାଇଁ ଛାଡ ମିଳିବ। ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆକୁ ମଧ୍ୟ ଇ-ପାସ୍ ଜରିଆରେ ଯିବା ଆସିବା ପାଇଁ ଅନୁମତି ମିଳିବ। ଆଇକାର୍ଡ ଦେଖାଇ ପ୍ରାଇଭେଟ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ ଯାଇ ପାରିବେ।
Night curfew imposed in Delhi from 10 pm to 5 am with immediate effect till 30th April, in the wake of #COVID19 situation: Delhi Government pic.twitter.com/V3WufATG77
— ANI (@ANI) April 6, 2021