ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ଫ୍ରାନ୍ସ: ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ। ଫ୍ରାନ୍ସର ନିସ୍ ସହରରେ ଚର୍ଚ୍ଚରେ ପଶି ଆକ୍ରମଣ କଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରକାଶଥାଉକି, ଫ୍ରାନ୍ସର ଏକ ଚର୍ଚ୍ଚରେ ଛୁରୀ ଧରି ଆତଙ୍କବାଦୀମାନେ ଭିତରକୁ ପଶି ଥିଲେ। ଜଣେ ଆତଙ୍କୀ ମହିଳାଙ୍କ ମୁଣ୍ଡ କାଟିବା ସହ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା।

ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଲେ ନିସ୍ ମେୟର। ତେବେ ଏହା କେଉଁ ଆତଙ୍କବାଦୀ ସଂଗଠନର କାମ, ତାହା ଜଣାପଡ଼ିନାହିଁ।

ତେବେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଗ୍ରେ ଲିଷ୍ଟରରେ ରହିବ। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଥିଲା।

ସେହିପରି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ FATF ଦେଇଥିବା ୨୭ ସର୍ତ୍ତ ମଧ୍ୟରୁ ପାକିସ୍ତାନ ୬ଟି ପୂରଣ କରିନପାରିବାରୁ ପୁଣି ଥରେ ଏହାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଯଦି ଫେବ୍ରୁଆରୀ ମଧ୍ୟରେ ପାକିସ୍ତାନ ସମସ୍ତ ସର୍ତ୍ତ ପୂରଣ ନକରେ। ତେବେ ତାକୁ ବ୍ଲାକ ଲିଷ୍ଟ କରିପାରେ FATF।

You might also like