ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେଉଛି

ନୂଆଦିଲ୍ଲୀ : ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା-ଏନ୍ଆଇଏ ଏନେଇ ସୂଚନା ଦେଇଛି।

ତଦନ୍ତ ସହ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଆକ୍ରମଣରେ ପାକିସ୍ତାନର ହାତ ଥିବା ସଂପର୍କିତ ଅନେକ ପ୍ରମାଣ ପାଇଛି ଏନଆଇଏ। ବଡ଼ ଧରଣର କ୍ଷତି ହେବା ଭଳି ଆକ୍ରମଣରେ ୪ରୁ ୫ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସାମିଲ ଥିଲେ।

ଏହାଭିତରେ ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଅହମ୍ମଦ ଡର ଓ ସ୍ଥାନୀୟ କାର୍ପଟଦାର ମଧ୍ୟ ସଂପୃକ୍ତ ବୋଲି କୁହାଯାଇଛି। ୨୦୧୮ମସିହା ଜୁନ୍‌ରେ ସିଆର୍‌ପିଏଫ୍ ଯବାନ ଆଦିଲଙ୍କ ଘର ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ସେବେ ଠାରୁ ସେ ସିଆର୍‌ପିଏଫ୍ ଉପରେ ରାଗ ରଖିଥିଲା ବୋଲି କୁହାଯାଉଛି। ସେଦିନ ଆକ୍ରମଣରେ ବ୍ୟବହାର ହୋଇଥିବା ମାରୁତି ଇକୋ ଗାଡ଼ିର ମାଲିକ ଚିହ୍ନଟ ହୋଇଛି। ଏହି ଗାଡ଼ିଟି ୮ ବର୍ଷ ତଳେ କଶ୍ମୀରରେ ରେଜିଷ୍ଟ୍ରେସନ ହୋଇଥିଲା।

ତେବେ ଘଟଣା ପରେ ସଂପୃକ୍ତ ବ୍ୟକ୍ତି ନିଖୋଜ ଅଛି। ଗାଡ଼ିରେ ୨୫ କିଲୋଗ୍ରାମ ଆରଡିଏକ୍ସ ରଖାଯାଇଥିଲା। ହେଲେ ଆତଙ୍କବାଦୀ କେଉଁଠୁ ଓ କିପରି ଏହି ଆରଡିଏକ୍ସ କିଣିଲେ ତାହାର ତଦନ୍ତ ଚାଲିଛି।

ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଫୁଟେଜକୁ ଭିତ୍ତି କରି କାର୍ ସଂପର୍କରେ ତଥ୍ୟ ହାସଲ କରିଛି ଏନ୍ଆଇଏ।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like