ଧରାପଡ଼ିଲା ଆଇଏସ୍‌ଆଇଏସ୍‌ର ଷଡ଼ଯନ୍ତ୍ର, ବିସ୍ଫୋରକ ସାମଗ୍ରୀ ସହିତ ୧୦ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଆତଙ୍କବାଦୀ ସଂସ୍ଥା ଆଇ ଏସ୍ଆଇଏସ୍‌ର ନୂଆ ରୂପ ଭାବେ ‘ହରକତ୍ ଉଲ୍ ହର୍ବ ଏ ଇସ୍ଲାମ’ ସଂଠଗନ ଚଳାଉଥିବା ସୁରାକ ପାଇବା ପରେ ଏନ୍ଆଇଏ ପକ୍ଷରୁ  ଛଢ଼ଉ କରାଯାଇଛି। ଏନ୍‌ଆଇଏ ତ୍ତରପ୍ରଦେଶ ଓ ଦିଲ୍ଲୀର ୧୭ଟି ଅଞ୍ଚଳରେ ଚଢ଼ଉ କରି ୧୦ ଜଣଙ୍କୁ ଗିରଫ୍‌ କରିଛି। ଏଥିସହିତ ୭.୫ ଲକ୍ଷର ନଗଦ ଟଙ୍କା, ୧୦୦ଟି ମୋବାଇଲ୍‌ ଫୋନ୍‌, ୧୩୫ ସିମ୍‌କାର୍ଡ, ଲ୍ୟାପ୍‌ଟପ୍‌ ଏବଂ ମେମୋରୀ କାର୍ଡ ଜବତ  କରାଯାଇଛି।

ISISକୁ ଅନୁକରଣ କରି ଏହି ଦୁଇ ରାଜ୍ୟରେ କାୟା ବିସ୍ତାର କରିଛି ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ଯାହାର ଖୋଳତାଡ଼ କରିଛି ଏନ୍‌ଆଇଏ।

ଉତ୍ତରପ୍ରଦେଶର କାନପୁର, ଲକ୍ଷ୍ନୌ, ଅମରୋହା, ସମେତ ଦିଲ୍ଲୀର ୧୭ଟି ଅଞ୍ଚଳରେ ଯାଞ୍ଚ ହୋଇଛି। ଗତକିଛି ଦିନରୁ ଏନେଇ ଖୋଳତାଡ଼ କରୁଥିବା ଏନ୍ଆଇଏ। ଏବଂ ଏଟିଏସ୍‌ର ମିଳିତ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଛି। ଏହା ସହ ସନ୍ଦେହ ଘେରରେ ଥିବା ଠିକଣାକୁ ତନ୍ନ ତନ୍ନ କରି ଯାଞ୍ଚ ହୋଇଛି।

‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ଆଇଏସ୍ଆଇଏସ୍‌ ଦ୍ୱାରା ଅନୁପ୍ରାଣିତ ଆତଙ୍କବାଦୀ ଗତିବିଧିରେ ସଂପୃକ୍ତ ଥିବା ଏହି ସଂଗଠନର ଟାର୍ଗେଟ୍‌ରେ ଥାନ୍ତି ଯୁବ ପିଢ଼ି। ସୋଶାଲ୍ ମିଡିଆ ଜରିଆରେ ବିଭ୍ରାନ୍ତିକର ତଥ୍ୟ ପ୍ରଥମେ ପଠାଇଥାନ୍ତି। ଏହାପରେ ଧର୍ମକୁ ଅସ୍ତ୍ର କରି ନିଜ ଆଡ଼କୁ ଆକୃଷ୍ଟ କରିଥାଏ ହରକତ୍। ତେବେ ଗତ କିଛି ଦିନ ପୂର୍ବେ ଏହି ସଂଗଠନର ସୁରାକ ପାଇଥିଲା ଏନ୍ଆଇଏ। ଆଉ ସେବେଠୁ ଏନ୍ଆଇଏ ରାଡାରେ ଆସିଛି ହରକତ ଉଲ୍ ହର୍ବ।

ଗତକାଲିଠୁ ଏନ୍ଆଇଏ ସହ ଦିଲ୍ଲୀ, ଉତ୍ତରପ୍ରଦେଶ ପୁଲିସ୍ ଏବଂ ଏଟିଏସ୍‌ର ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।୧୦୦ରୁ ଅଧିକ ଅଧିକାରୀ ଏହି ଚଢ଼ଉରେ ସାମିଲ ଅଛନ୍ତି।

You might also like