ଦିଲ୍ଲୀ ସରକାରଙ୍କୁ ଏନ୍‌ଜିଟିର ଜରିମାନା

ପ୍ରଦୂଷଣ ରୋକିବାରେ ବିଫଳ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଜରିମାନା। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ୨୫କୋଟି ଟଙ୍କା ଜରିମାନା ଅାଦାୟ କରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏହି ଜରିମାନା ଦିଲ୍ଲୀ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ କଟାଯିବ।

ଏଥିସହ ପ୍ରଦୂଷଣ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜରିମାନା ଅାଦାୟ କରାଯିବ। ଦିଲ୍ଲୀ ସରକାର ଯଦି ନିର୍ଦ୍ଧାରିତ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ପ୍ରତିମାସରେ ୧୦କୋଟି ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଏନଜିଟି ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି।

ଗତ କିଛି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ସ୍ତର ବିପଦଜ୍ଜନକ ସ୍ତରରେ ରହିଥିଲା। ଏଥିପାଇଁ ପଦକ୍ଷେପ ନେବାକୁ ଏନଜିଟି ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦିଅାଯାଇଥିଲା।

 

 

You might also like