କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଣ : Whatsappରେ ମେସେଜ କଲେ ପହଞ୍ଚିଯିବ

କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ ସଂସ୍ଥା

  • କରୋନା ରୋଗୀଙ୍କୁ ସହାୟତା
  • ସହାୟତା ପାଇଁ ଆଗେଇ ଆସିଲା ଏନଜିଓ
  • କରୋନା ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ

ବାରଣାସୀ : କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ ସଂସ୍ଥା । କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ କରାଯାଇଛି ।  ଯଦି କେହି କରୋନାରେ ଆକ୍ରାନ୍ତ ହେଲା, ତେବେ ନା ସେ ଘରୁ ବାହାରକୁ ବାହାରି ପାରୁଛନ୍ତି, ନା ଭୟରେ କେହି ସମ୍ପୃକ୍ତ ଲୋକଙ୍କ ଘରକୁ ଯାଉଛନ୍ତି । ଏପରି କ୍ଷେତ୍ରରେ କରୋନା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛି ଏକ ଏନଜିଓ । ବାରଣାସୀ ସହରରେ କେହି ଯଦି କରୋନା ଆକ୍ରାନ୍ତ ହେଉଛନ୍ତିି, ତେବେ ଯୋଗାଯୋଗ କଲେ ମାଗଣାରେ ଦୁଇ ଟାଇମ୍ ଖାଦ୍ୟ ଯୋଗାଇ ଦେଉଛି । ଏକ ବେସରକାରୀ ସଂସ୍ଥା ଖାଦ୍ୟ ପାର୍ସଲ ଧରି କରୋନା ରୋଗୀଙ୍କ ଘରେ ପହଞ୍ଚିଯାଉଛନ୍ତି ସମ୍ପୃକ୍ତ ସଂସ୍ଥାର ସଦସ୍ୟ ।

ତେବେ ମାଗଣା ଖାଦ୍ୟ ଯୋଗାଣ ପାଇଁ ଏକ ହ୍ୱାଟସଆପ୍ ଗ୍ରୁପ୍ ହୋଇଛି ।  ଯେଉଁ କରୋନା ଆକ୍ରାନ୍ତ ଯୋଗାଯୋଗ କରୁଛନ୍ତି, ସେମାନଙ୍କ ଘରେ ଖାଦ୍ୟ ପହଞ୍ଚା ଯାଉଛି ତାପୁଣି ବିନା ମୂଲ୍ୟରେ । ଏବେ କେବଳ ବାରଣାସୀ ମହାନଗର ନିଗର ଅଞ୍ଚଳରେ ଖାଦ୍ୟ ବଣ୍ଟାଯାଉଛି  । ହେଲେ ଆଗକୁ ମହାନଗର ଅଞ୍ଚଳ ବାଦ ଅନ୍ୟ ଅଞ୍ଚଳରେ ଯୋଗାଇ ଦେବାକୁ ଆଶା ରଖିଛି ସମ୍ପୃକ୍ତ ଏନଜିଓ । ତେବେ କରୋନା ଭଳି ମହାମାରୀ ସମୟରେ ସମ୍ପୃକ୍ତ ଏନଜିଓର ଏଭଳି କାର୍ଯ୍ୟକୁ ସବୁଆଡ଼ୁ ପ୍ରଂଶସା କରାଯାଇଛି ।

ସେପଟେ କରୋନା ମହାମାରୀ ବେଳେ ପୋଲିସ କର୍ମଚାରୀଙ୍କ ମହାନତା ଦେଖିବାକୁ ମିଳଛି । ଲକଡାଉନରେ ଫସିଥିବା ଶ୍ରମିକଙ୍କୁ ଖାଇବାକୁ ଦେବା ସହ ଆର୍ଥିକ ସହାୟତା କରିଛନ୍ତି ପୋଲିସ କର୍ମଚରୀ । ମଧ୍ୟପ୍ରଦେଶ ଇନ୍ଦୋରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାସ୍ତାରେ ଚାଲିଚାଲି ଯାଉଥିବା କିଛି ଶ୍ରମିକଙ୍କୁ ଜଣେ ପୋଲିସ କର୍ମଚାରୀ ଟଙ୍କା ବାଣ୍ଟିବା ସହ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ପରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଏକ ଅଟୋର ବ୍ୟବସ୍ଥା ମଧ୍ୟ କରିଥିଲେ ।  ଶ୍ରମିକଙ୍କୁ ପୋଲିସ କର୍ମଚାରୀଙ୍କ ସହାୟତାର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସେହିପରି କୋଭିଡ୍ ଡ୍ୟୁଟିରେ ଲାଗିଛି ବଲିଉଡ୍‌ ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍। ସୁଟିଂ ବେଳେ ବଲିଉଡ୍‌ କଳାକାରଙ୍କ ବିଶ୍ରାମ ପାଇଁ ବ୍ୟବହୃତ ଭ୍ୟାନିଟି ଭ୍ୟାନ୍ ଏବେ କରୋନା ସମୟରେ ପୋଲିସ କର୍ମଚାରୀଙ୍କ କାମରେ ଆସୁଛି। ମାୟା ନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତାକଡ଼ରେ ରଖା ଯାଇଛି ଭ୍ୟାନିଟି ଭ୍ୟାନ୍। ମାତ୍ର ବଲିଉଡ୍ ସେଲିବ୍ରିଟିଙ୍କ ବଦଳରେ ଭ୍ୟାନ୍ ଭିତରେ ବିଶ୍ରାମ କରୁଛନ୍ତି ପୋଲିସ କର୍ମଚାରୀ।

You might also like