ପିଓକେରେ ଉଡ଼ିବ ତ୍ରିରଙ୍ଗା !

ନୂଆଦିଲ୍ଲୀ : ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସଫା ସଫା ବୟାନ। ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେଲା, ଏବେ ଟାର୍ଗେଟ୍ ପାକ୍ ଅଧିକୃତ କାଶ୍ମୀର। POKକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବେ ମୁଖ୍ୟ ଲକ୍ଷ୍ୟ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଳିବିଳଉଥିବା ବେଳେ ଏଭଳି ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି ଜିତେନ୍ଦ୍ର ସିଂହ।

ପାକ୍ ଅଧିକୃତ କାଶ୍ମୀରକୁ ପାକିସ୍ତାନଠାରୁ ଛଡ଼େଇ ନିଜ ଅଧିନକୁ ଆଣିବା କେନ୍ଦ୍ର ସରକାରଙ୍କ ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସିଂହ ଆହୁରି ମଧ୍ୟ କହିଛନ୍ତି POKକୁ ଭାରତ ଅଧିନକୁ ଆଣିବା କେବଳ ତାଙ୍କ ସରକାର କିମ୍ବା ଦଳର ଲକ୍ଷ୍ୟ ନୁହେଁ, ୧୯୯୪ରେ ନରସିଂହ ରାଓ ନେତୃତ୍ୱାଧୀନ କଂଗ୍ରେସ୍ ସରକାର ସମୟରେ ମଧ୍ୟ ଏନେଇ ସଂସଦରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା।

କେବଳ ଜିତେନ୍ଦ୍ର ନୁହଁନ୍ତି, ଶିବସେନା ନେତା ସଞ୍ଜୟ ରାଉତ ପାଦେ ଆଗକୁ ବଢ଼ି କହିଛନ୍ତି ୨୦୨୨ ସୁଦ୍ଧା ପିଓକେ ଭାରତର ଅଂଶ ହୋଇଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ମଧ୍ୟ ସେହି ଆଡକୁ ଇସାରା କରୁଥିଲା। ରାଜନାଥ କହିଥିଲେ, ପାକିସ୍ତାନ ସହ ଆଉ କାଶ୍ମୀର ପ୍ରସଙ୍ଗ ନୁହେଁ, ଏଣିକି କେବଳ ପିଓକେ ପ୍ରସଙ୍ଗରେ ଆଲୋଚନା ହେବ।

ସେପଟେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ମୋଦି ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ବିଚଳିତ ଇସଲାମାବାଦ। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପାକ୍ ଅଧିକୃତ କାଶ୍ମୀର ବିଧାନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଶଙ୍କା କରିଥିଲେ, ପୁଲଓ୍ୱାମା ପରେ ବାଲାକୋଟ୍ ହମ୍‌ଲା ଭଳି ଧାରା ୩୭୦ ଉଚ୍ଛେଦ ପରେ ପିଓକେ ନେଇ ଭାରତ ସରକାର ଯୋଜନା କରିପାରନ୍ତି।

ଏସବୁ ଆଶା-ଆଶଙ୍କା ମଧ୍ୟରେ ଇମ୍ରାନ ଆସନ୍ତା ଶୁକ୍ରବାର POKର ମୁଜାଫରାବାଦରେ ଏକ ବିଶାଳ ଜନ ସମାବେଶ କରିବାର ଯୋଜନା ରହିଛି। କାଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ  ହେଉଥିବା ପ୍ରତିବାଦରେ ଇମ୍ରାନ ଶୋଭାଯାତ୍ରା କରିବାକୁ କହୁଥିବାବେଳେ ଅସଲରେ ଏହା ପଛରେ ଲୁଛି ରହିଛି ପିଓକେ ଭୟ। ଏପରିକି ପାକ୍ ବିରୋଧୀ ଦଳ ନେତା ବିଲଓ୍ୱାଲ ଭୁଟ୍ଟୋ ମଧ୍ୟ ଇମ୍ରାନଙ୍କୁ ଚେତାଇ ଦେଇଥିଲେ ପାକିସ୍ତାନ ଶ୍ରୀନଗର କଥା ଛାଡ଼ି, ଏବେ ପିଓକେ ବଞ୍ଚାଇବାକୁ ଯୋଜନା କରୁ।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like