କରୋନା ଅପଡେଟ: ନ୍ୟୁଜପେପର୍‌ରେ ସଂକ୍ରମଣର ବିପଦ ନାହିଁ

ନୂଆଦିଲ୍ଲୀ: ଖବରକାଗଜ ଧରିବା ଦ୍ୱାରା  କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପେ ନାହିଁ।

ଆମେରିକାର Centers for Disease Control and Prevention ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍‌ ଜୀବନ୍ତ ପ୍ରାଣୀ ବ୍ୟତୀତ ଅନ୍ୟ କାହା ଉପରେ ବେଶି ସମୟ ବଞ୍ଚିପାରେନି। 

ବର୍ତ୍ତମାନ ବଡ଼ ବଡ଼ ଖବରକାଗଜ ସ୍ୱୟଚାଳିତ ଭାବେ ଛପାଯାଉଛି। କାହିଁକି ନା ନ୍ୟୁଜ୍‌ପ୍ରିଣ୍ଟଠାରୁ ଆରମ୍ଭ କରି ଫୋଲ୍ଡିଂ ଏବଂ ପରିବହନ ସବୁ କିଛିରେ ଟେକ୍ନୋଲୋଜିର ବ୍ୟବହାର ହେଉଛି।

ଫଳରେ ଏହା ବେଶି ମନୁଷ୍ୟ ସଂସ୍ପର୍ଶରେ ଆସୁନାହିଁ। ତେଣୁ ଖବରକାଗଜରୁ ଏଭଳି କିଛି ବିପଦ ନ ଥିବା ଗବେଷକମାନେ ମତ ରଖିଛନ୍ତି।

You might also like