ଭୋଟ୍‌ ଦେଲେ ନବବିବାହିତ ଦମ୍ପତି

ଶ୍ରୀନଗର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ଏପରିକି  ନବବିବାହିତ ଦମ୍ପତି  ବି ଏଥିରେ ସାମିଲ ହୋଇଛନ୍ତି।

ବିବାହ ବେଦୀରେ ବସିବା ପରେ ନବବିବାହିତ ଦମ୍ପତି ମତଦାନ କେନ୍ଦ୍ରକୁ ଆସି ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଜମ୍ମୁ ଓ କଶ୍ମୀର ଉଧମପୁରର ଏକ ମତଦାନ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏବେ ଏହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

You might also like