ଜନ୍ମ ହେଉ ହେଉ ଡାକ୍ତରଙ୍କ ମାସ୍କ ଟାଣି ଧରିଲା ନବଜାତ ଶିଶୁ

ନୂଆଦିଲ୍ଲୀ: ଏକ ନବଜାତ ଶିଶୁର କାରନାମାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନବଜାତ ଶିଶୁଟି ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ ହଟାଇବାକୁ ଚେଷ୍ଟା କରୁଛି। ଶିଶୁର ଏକ ପୁରୁଣା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ୟୁଏଇର ଜଣେ ଡାକ୍ତର ସମୀର ଚେଇବଙ୍କ ଦ୍ୱାରା ଏହି ଫଟୋ ଇନ୍‌ଷ୍ଟାରେ ସେୟାର କରାଯାଇଥିଲା। ଫଟୋରେ ଦେଖିବାକୁ ମିଳିଛି, ନବଜାତ ଶିଶୁଟି ତାଙ୍କ ମୁହଁରୁ ମାସ୍କକୁ ଟାଣି ଧରିଛି। ମାସ୍କକୁ ତଳକୁ ତଳକୁ ଭିଡୁଛି। ଦେଖିଲେ ଲାଗୁଛି, ଡାକ୍ତରଙ୍କ ମୁହଁର ହସ ଯେମିତି ଦେଖାଯିବ ସେଥିପାଇଁ ପିଲାଟି ମାସ୍କଟି ତଳକୁ ତଳକୁ ଟାଣୁଛି।

ଏହି ଫଟୋଟି ସେୟାର କରି ଚେଇବ ଲେଖିଛନ୍ତି, ‘ଆମେ ସମସ୍ତେ ଗୋଟିଏ କଥା ଜାଣିବାକୁ ଚାହୁଁଛୁ କି କେବେ ଆମ ମୁହଁରୁ ମାସ୍କ ହଟିବ ?‘

ସୋଶାଲ ମିଡିଆରେ ଏହି ଫଟୋ ଭାଇରାଲ ହିଟ୍‌ ହୋଇଛି। ଏହି ଫଟୋକୁ ଏକ ହଜାରରୁ ଅଧିକ ଲାଇକ ମିଳିଲାଣି। କେତେକ ୟୁଜର୍ସ ଏହାକୁ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ରୂପେ ଦେଖିଛନ୍ତି। ଅନ୍ୟ କେହି ଏହାକୁ କହିଛନ୍ତି ଏହା  ୨୦୨୦ର ସାରାଂଶ ଅଟେ ।

ଜଣେ ୟୁଜର୍ସ ଲେଖିଛନ୍ତି-‘ଆମେ ସମସ୍ତେ ଖୁବ୍  ଜଲ୍‌ଦି ମାସ୍କ କାଢିଦେବା।’ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ଏହା ୨୦୨୦ର ଛବି ହେବା ଉଚିତ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like