ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ପାଇଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତ୍ରି ୧୧ଟା ପରେ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ।  ବ୍ରିଟେନରେ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ ଭାରତରେ ମିଳିବା ପରେ ମହାନଗରୀରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି  । ନୂଆବର୍ଷକୁ ସ୍ୱାଗତ କରିବା ଲାଗି ମହାନଗରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ହେବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଅନ୍ୟପେଟ କର୍ଫ୍ୟୁ ସମୟରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଲୋକବାକ ଯାତାୟତ ଓ ମାଲ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

କେବଳ ଏତିକି ନୁହେଁ  ମହାରାଷ୍ଟ୍ର ସରକାର ରାଜ୍ୟରେ ଜାନୁଆରୀ ୩୧ ଯାଏ ଲକଡାଉନକୁ ବଢ଼ାଇ ଦେଇଛନ୍ତି  । ଏବଂ ତା ସହିତ ରାଜ୍ୟର ସମସ୍ତ ମ୍ୟୁନିସିପାଲିଟି ଅଞ୍ଚଳରେ ଜାନୁଆରୀରି ୫ ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି  ରାଜ୍ୟ ସରକାର । ତେବେ ନୋଏଡ଼ା ମହାନଗର ନିଗମ ପ୍ରଶାସନ ଗୋଟିଏ ସ୍ଥାନରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦେଇଛନ୍ତି । ହେଲେ ବେଙ୍ଗାଲୁରୁ ମହାନଗର ନିଗମ କର୍ତ୍ତୃପକ୍ଷ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ସେହିପରି ଚେନ୍ନାଇର ମାରିନା ବିଚକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ରଖାଯାଇଛି ।

ସେହିପରି ନୂଆ ବର୍ଷ ପୂର୍ବରୁ ଗୋଆରେ ତତ୍ପରତା ଦେଖିବାକୁ ମିଳିଛି, ଯେଉଁ ପରିସ୍ଥିତିରେ ରାଜ୍ୟ ସରକାର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହୁଛନ୍ତି ।

ସେପଟେ ନୂଆ ବର୍ଷ ପାଇଁ କରୋନା କଟକଣା ଲଗାଇଛନ୍ତି ଓଡ଼ିଶା ସରକାର । ନୂଆ ବର୍ଷ ଆସିଲେ  ପୂର୍ବ କଟକଣାରୁ ଟିକେ କୋହଳି ମିଳିବ ବୋଲି ଆଶା କରିଥିଲେ ଲୋକେ । କିନ୍ତୁ କରୋନା ସଂକ୍ରମଣର ଭୟ ଯାଇନଥିବାରୁ ଜାନୁଆରୀ ମାସ ପାଇଁ ପୁଣି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ଏଥିରେ କିଛିଟା କୋହଳ କରାଯାଇଛି । ଜାନୁଆରୀ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି ।

ନୂଆ ଗାଇଡ୍‌ଲାଇନ୍‌ରେ ରହିଛି…

  • ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା।
  • ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିଲା।
  • କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲିପାରିବ।
  • ଇଣ୍ଡୋର ହଲ୍‌ରେ ମୋଟ ସିଟ୍‌ର ୫୦% ଦର୍ଶକରେ ଚାଲିବ କାର୍ଯ୍ୟକ୍ରମ।
  • ଖୋଲା ସ୍ଥାନରେ ଜାଗା ପରିଧି ଦେଖି ଲୋକସଂଖ୍ୟା ଅନୁମତି ମିଳିବ।
  • ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍ ବାଧ୍ୟତାମୂଳକ।

ଛାତ୍ରଛାତ୍ରୀ ଓ ପାଠ୍ୟ ସମ୍ପର୍କିତ ଗାଇଡ୍‌ଲାଇନ୍‌

  • ସ୍କୁଲ, କଲେଜ ଖୋଲିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
  • ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବିଭାଗୀୟ କର୍ତ୍ତୃପକ୍ଷ।
  • ପରୀକ୍ଷା, ଖାତାଦେଖା, ଅନଲାଇନ ପାଠପଢ଼ା ଚାଲୁ ରହିବ।
  • ଜାନୁଆରୀ ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରହିବ।
  • ମନୋରଞ୍ଜନ ଓ ସିନେମା ହଲ୍‌ ଗାଇଡ୍‌ଲାଇନ୍‌
  • ଜାନୁଆରୀ ମାସରେ ସିନେମା ହଲ୍, ଥିଏଟର ଖୋଲିବାକୁ ଅନୁମତି।
  • ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଲା।
  • ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ୍‌ ମନା।
  • କରୋନା ପାଇଁ ଜିରୋ ନାଇଟ ସେଲିବ୍ରେସନ୍‌ ବାରଣ କଲେ ରାଜ୍ୟ ସରକାର।
  • ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖର ସମସ୍ତ ଉତ୍ସବାନୁଷ୍ଠାନରେ ରୋକ୍ ଲାଗିଲା।
  • ଜିରୋ ନାଇଟ ବାରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମା।
  • ବିହାହ ଓ ଶବ ସଂସ୍କାର ପାଇଁ ଗାଇଡ୍‌ଲାଇନ୍‌
  • ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି।
  • ଦାହ ସଂସ୍କାର, ମୃତକର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି ଦେଲେ ସରକାର।

Other Stories