‘କମ୍ବୋ-ଡ୍ରଗ୍‌’- କରୋନା ଆକ୍ରାନ୍ତଙ୍କ ପାଇଁ ଏକ ବରଦାନ

ନୂଆଦିଲ୍ଲୀ: ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବରଦାନ ପାଲଟିବ କି କମ୍ବୋ-ଡ୍ରଗ୍? ଇଣ୍ଟର୍ଫେରନ୍ ବିଟା-1B, ଲୋପିନାଭିର୍-ରିଟୋନାଭିର୍ ଏବଂ ରାଇବାଭାଇରିନର ମିଳିତ ପ୍ରୟୋଗ କରୋନା ଆକ୍ରାନ୍ତଙ୍କ ଠାରେ ଲାଭପ୍ରଦ ହେଉଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି ।

ଗୋଟିଏ ଆଣ୍ଟିଭାଇରାଲ୍ ଔଷଧ ଅପେକ୍ଷା ୩ ପ୍ରକାର ଔଷଧର ମିଳିତ ପ୍ରୟୋଗ ଲାଭପ୍ରଦ ହେଉଥିବା ଏକ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି। ହଂକଂରେ ୧୨୭ ଜଣ କରୋନା ଆକ୍ରାନ୍ତଙ୍କଠାରେ ଏହି ଔଷଧ ପରୀକ୍ଷାମୂଳକ ପ୍ରୟୋଗ ହୋଇଥିଲା ।

କରୋନା ଲକ୍ଷଣ ପ୍ରକାଶ ପାଇବାର ସପ୍ତାହେ ଭିତରେ ଏହି ଟ୍ରିପଲ୍-ଡ୍ରଗ୍ କମ୍ବିନେସନ୍ ସେମାନଙ୍କୁ ଦୁଇ ସପ୍ତାହ ପାଇଁ ଦିଆଯାଇଥିଲା । ଏହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଏବଂ ହସ୍ପିଟାଲରୁ ଅପେକ୍ଷାକୃତ କମ୍ ଦିନରେ ମୁକ୍ତି ମିଳିଥିବା ଦାବି କରାଯାଇଛି ।

ପୂର୍ବରୁ ୨୦୦୨ରେ ସାର୍ସ ରୋଗ ପାଇଁ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଦିଆଯାଉଥିବା ଲୋପିନାଭିର୍-ରିଟୋନାଭିର୍ ଓ ହେପାଟାଇଟିସ୍-ସି ପାଇଁ ଦିଆଯାଉଥିବା ରାଇବାଭାଇରିନର ମିଳିତ ପ୍ରୟୋଗରୁ ଭଲ ଫଳ ମିଳିଥିଲା । ତେବେ ପରୀକ୍ଷଣରେ ଏହି କମ୍ବିନେସନ୍ ସହ ମଲ୍ଟିପଲ୍ ସ୍କ୍ଲେରୋସିସ୍ ପାଇଁ ବ୍ୟବହୃତ ଇଣ୍ଟର୍ଫେରନ୍ ବିଟା-1Bକୁ ମଧ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଯୋଡ଼ାଯାଇଥିଲା । ସାରା ବିଶ୍ୱରେ ଏହା ଏଧରଣର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

You might also like