ଏଣିକି ଦିନକୁ ଥରେ କଟିବ ଫାଇନ୍, କନେଷ୍ଟବଳ କାଟିପାରିବେ ନାହିଁ ଜୋରିମାନା

ଚଳନ୍ତା ଗାଡ଼ିରୁ ଚାବି କାଢିବା ମନା

ଏଣିକି ରାସ୍ତାରେ ଟ୍ରାଫିକ ପୋଲିସ ଚଳାଇବେ ନାହିଁ ମନମାନି

ବିନା ଡ୍ୟୁଟି ଡ୍ରେସକୋର୍ଡରେ ରାତିରେ ଅଟକାଇବେ ନାହିଁ ଗାଡ଼ି

ଚଳନ୍ତା ଗାଡ଼ିରୁ ଚାବି କାଢିବା ମନା

ଦିନକୁ କଟିବ ମାତ୍ର ଥରେ ଜୋରିମାନା

ଟ୍ରାଫିକ ନିୟମ। ଏହି ଶଦ୍ଦ ସହ ଆମେ ମାନେ ସମସ୍ତେ ପରିଚିତ। ରାସ୍ତାରେ ଗାଡ଼ି ଚଳାଇବା ମାତ୍ରେ ଟ୍ରାଫିକ ବାବଦରେ ସବୁ ନିୟମ ଜାଣିବାର ଆବଶ୍ୟକତା ରହିଛି। ନଚେତ୍ କେତେବେଳେ ଯେ, ଅକାରଣେ ଫାଇନ ଦେବାକୁ ପଡିବ ତାହା କେହି କହିପାରିବେ ନାହିଁ। ତେବେ ଟ୍ରାଫିକ ସମ୍ପର୍କରେ ଏହି ଗୁରୁତ୍ୱପୂର୍ଣ୍ଣ ନିୟମ ଜାଣିରଖନ୍ତୁ ଯାହା ଆପଣଙ୍କୁ ଫାଇନ ଦେବାରୁ ବଞ୍ଚାଇପାରିବ…

ନିୟମ ଉଲଙ୍ଘନ କଲା ମାତ୍ରେ ଟ୍ରାଫିକ ପୋଲିସ ଫାଇନ କାଟିଥାଏ। କିନ୍ତୁ ମନେ ରଖନ୍ତୁ ଯଦି ଆପଣ କୌଣସି ନିୟମ ଭଙ୍ଗ କରିଛନ୍ତି ତେବେ ଦିନକୁ ମାତ୍ର ଥରେ ଟ୍ରାଫିକ ପୋଲିସ ଆପଣଙ୍କଠାରୁ ଫାଇନ ଆଦାୟ କରିପାରିବ ଅର୍ଥାତ୍  ଥରେ ଫାଇନ ଦେବା ପରେ ଆପଣ ଆଉ ସେହି ଦିନ ଫାଇନ ଦେବେ ନାହିଁ।

bariapda trafic problemରାତିରେ କୌଣସି ବି ପରିସ୍ଥିତିରେ ଗାଡି ଚାଳକଙ୍କ ଦେହରେ ହାତ ଲଗାଇ ପାରିବେ ନାହିଁ ଟ୍ରାଫିକ ପୋଲିସ। କାରଣ ଅନେକ ସମୟରେ ଚେକିଂ ବାହାନାରେ ରାସ୍ତା ଉପରେ ଗାଡିକୁ ଅଟକ ରଖିଥାଆନ୍ତି ଟ୍ରାଫିକ ପୋଲିସ। ହେଲେ କିଛି ଲୋକ ଗାଡି ଅଟକାଇ ନଥାନ୍ତି ତେଣୁ ସେମାନଙ୍କୁ ଜୋରଜବରଦସ୍ତ ଅଟକା ଯାଇଥାଏ। କିନ୍ତୁ ରାତିରେ କୌଣସି ଚାଳକଙ୍କ ଦେହରେ ଟ୍ରାଫିକ ପୋଲିସ ହାତ ଲଗାଇ ପାରିବ ନାହିଁ।

ନିୟମ ଉଲଙ୍ଘନ କଲେ ରାସ୍ତାରେ ଗାଡ଼ି ଚାଳକଙ୍କଉ ଅଟକାଇ ଥାଆନ୍ତି ଟ୍ରାଫିକ ପୋଲିସ। କିନ୍ତୁ ଯଦି କେହି ଗାଡି ନଅଟକାନ୍ତି ତେବେ ଚଳନ୍ତା ଗାଡିରୁ ଚାଳକଙ୍କୁ ଟ୍ରାଫିକ ପୋଲିସ ଭିଡି ନେବାର ନଜିର ରହିଛି । କିନ୍ତୁ ଏମିତି କରିବାର ଟ୍ରାଫିକ ପୋଲିସଙ୍କୁ ଅଧିକାର ଦିଆଯାଇ ନାହିଁ। କାରଣ ଏମିତି କରିବା ଦ୍ୱାରା ଚାଳକ ରାସ୍ତାରେ ପଡ଼ିଯିବାର ସମ୍ଭାବନା ଥାଏ। ଏହାସହ ଦୁର୍ଘଟଣାର ବି ଆଶଙ୍କା ଥାଏ। ତେଣୁ ଯଦି ଏମିତି କିଏ ଆପଣଙ୍କ ସହ କରୁଛି ତେବେ ସମ୍ପକ୍ତ ଅଧିକାରୀଙ୍କ ବିରୋଧରେ ଆପଣ ଅଭିଯୋଗ ମଧ୍ୟ କରିପାରିବେ।

ଏହାସହ ଯଦି କେବେ ବି ଆପଣ ଟ୍ରାଫିକ ନିୟମ ଭଙ୍ଗ କରୁଛନ୍ତି ତେବେ ଆପଣଙ୍କ ଗାଡିରୁ ଚାବି କାଢି ନେଇ ପାରିବେ ନାହିଁ ପୋଲିସ। ଯଦି ଆପଣ ନିୟମ ଭଙ୍ଗ କରିଛନ୍ତି ତେବେ ସେମାନେ କେବଳ ଆପଣଙ୍କୁ ଅଟକାଇପାରିବେ ଏହା ଛଡା ଆଉ କିଛି ବି କରିପାରିବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିନବେଳା ଆପଣଙ୍କୁ ବିନା ଟ୍ରାଫିକ ଡ୍ରେସରେ ଅଟକା ଯାଇଥିବାର ଅନେକ ନଜର ରହିଛି। କିନ୍ତୁ ରାତିରେ କେହି ବି ବିନା ପୋଷାକରେ ଆପଣଙ୍କୁ ଅଟକାଇ ପାରିବେ ନାହିଁ।

ଏହାସହ ନିୟମ ଉଲଙ୍ଘନ କଲେ ବି ଚଳନ୍ତା ଗାଡ଼ିରୁ ଚାବି ଛଡାଇ ନେଇପାରିବେ ନାହିଁ ପୋଲିସ। କେବଳ ନିୟମ ଅନୁସାରେ ଆପଣ ଯେଉଁ ଯେଉଁ ନିୟମ ଭଙ୍ଗ କରିଛନ୍ତି ସେହି ଅନୁସାରେ ଆପଣଙ୍କଠାରୁ ଫାଇନ ଆଦାୟ କରିପାରବ ପୋଲିସ। ଯଦି ବିନା ପାର୍କିଂରେ ଆପଣ ଗାଡି ରଖିଛନ୍ତି ଏହାସହ ଆପଣଙ୍କ ଗାଡି ଲାଗି ଅନ୍ୟମାନେ ଯାତାୟତରେ ଅସୁବିଧା ଭୋଗ କରୁଛନ୍ତି ତେବେ ଆପଣଙ୍କ ଗାଡିକୁ ଜବତ କରିପାରିବ ପୋଲିସ।

ଟ୍ରାଫିକ ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ କରିଛନ୍ତି। ତେଣୁ ସେହି ନିୟମକୁ କେବଳ ଅନୁପାଳନ କରିବେ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ। ଯେମିତି କି ଚଳନ୍ତା ଗାଡିକୁ ହଠାତ୍ ଅଟକାଇବେ ନାହିଁ କି ଗାଡି ସାମ୍ନାକୁ ହଠାତ୍ ବ୍ୟାରିକେଡ୍ ଦେବେ ନାହିଁ। ଯଦି ସେମାନେ ଏମିତି କରନ୍ତି ତେବେ ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ଏମିତି କରିବାକୁ ଅପରାଧ ବିବେଚିତ କରାଯାଇପାରେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାସ୍ତାରେ ଆମେ ନିୟମ ଭଙ୍ଗ କଲେ ପୋଲିସ ଅଧିକାରୀ ଅନ ଦ ସ୍ପଷ୍ଟ ଚାଲାଣ କାଟନିଅନ୍ତି। ତେବେ ମନେ ରଖନ୍ତୁ ଚାଲାଣ କୌଣସି କନେଷ୍ଟବଳ ରାଂକର କର୍ମଚାରୀ କାଟିପାରିବେ ନାହିଁ । କେବଳ ଏଏସଆଇ ବା ଏସଆଇ ରାଂକର ଅଫିସର ଟ୍ରାଫିକ ନିୟମ ଅନୁସାରେ ଚାଲାଣ କାଟିପାରିବେ ବୋଲି ସୂଚନା ରହିଛି।

You might also like