ଏଣିକି ଗାଡ଼ିରେ ମିରର ନଥିଲେ ଫାଇନ୍, ସିଟ୍ ବେଲ୍ଟ ନପିନ୍ଧିବା ପଡ଼ିବ ମହଙ୍ଗା

ପୁଣି ଆସିଲା ନୂଆ ଟ୍ରାଫିକ ନିୟମ

ପୁଣି ଆସିଲା ନୂଆ ଟ୍ରାଫିକ ନିୟମ

ମିରର ନଥିଲେ ଦେବେ ଫାଇନ, ସିଟ୍ ବେଲ୍ଟ ନଥିଲେ ନାହିଁ ନିସ୍ତାର

ମିରର ପାଇଁ ୫୦୦, ବେଲ୍ଟ ପାଇଁ ୧୦୦୦ କଟିବ ଚାଲାଣ

ଫସିବେ ବେପରୁଆ ଗାଡ଼ି ଚାଳକ

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଜରୁରୀ ସୂଚନା। ଯଦି ଆପଣ କାର କିମ୍ବା ବାଇକ ପ୍ରତ୍ୟେକ ଦିନ ଚାଳନା କରୁଛନ୍ତି  ତେବେ ଏହି ଖବର ଆପଣଙ୍କର ଜାଣିବା ନିହାତି ଦରକାର। ରାଜ୍ୟ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ ଏବେ କାରର ପଛ ସିଟରେ ମଧ୍ୟ ସିଟ୍ ବେଲ୍ଟ ଲଗାଇବା ଜରୁରି ହୋଇଯାଇଛି । ଦୁଇଚକିଆ ଯାନରେ ସାଇଡ୍ ମିରର ହେବା ମଧ୍ୟ ବାଧ୍ୟତାମୂଳକ । ଏମିତି ନହେଲେ ଟ୍ରାଫିକ୍ ପୋଲିସ ଆପଣଙ୍କ ଚାଲାଣ କାଟିବ।

ଆଜ୍ଞା ହଁ, ବାଇକରେ ମିରର ନଥିଲେ ଆପଣଙ୍କଠାରୁ ନିଆଯିବ ଫାଇନ ଏହାସହ କାରର ପଛ ସିଟରେ ବସିଥିଲେ ବି ଲଗାଇବାକୁ ପଡ଼ିବ ସିଟ୍ ବେଲ୍ଟ। ତେବେ ଏପରି ନିୟମ ଦିଲ୍ଲୀ ସରକାର ଲାଗୁ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ,  ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏହି ସମ୍ବନ୍ଧରେ ଆଦେଶ ଜାରି କରି କହିଛି କି ଅଧିକାଂଶ ବାଇକରେ ସାଇଡ୍ ମିରର ରହୁନାହିଁ । ଯଦିଓ କିଛି ଲୋକ ଜାଣିଶୁଣି ମିରର କାଢି ଦିଅନ୍ତି । ଏଥିରେ ଡ୍ରାଇଭିଂ ସମୟରେ ଆକ୍ସିଡେଣ୍ଟ ହେବାର ବିପଦ ଅଧିକ ରହିଥାଏ। କାରଣ ଆମେ କାହାକୁ ବା ଆମକୁ କିଏ ଓଭର ଟେକ୍ କଲେ ଆମେ ତାହା ସମ୍ପର୍କରେ ଜାଣିପାରିନଥାନ୍ତି। ତେଣୁ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ରହିଥାଏ। କେବଳ ଯେ, ଦୁର୍ଘଟଣା ନୁହେଁ ବରଂ ଜୀବନ ଯିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।

ମୋଟର ଭେଇକଲ୍ ଆକ୍ଟ ୧୯୮୮ ଓ ସେଣ୍ଟ୍ରାଲ ମୋଟର ଭେଇକଲ ଆକ୍ଟ ୧୯୮୯ ରେ ଏହି ନିୟମ ଉଲ୍ଲେଖ କରାଯାଇଛି । କିନ୍ତୁ ଏବେ ଟ୍ରାଫିକ୍ ପୋଲିସ ଦିଲ୍ଲୀରୁ ଏହି ନିୟମ ପାଳନ କରିବ ବୋଲି ସୂଚନା ରହିଛି। ବର୍ତ୍ତମାନ ସମୟରେ ଲୋକଙ୍କଠାରୁ ଅଳ୍ପ କେତେ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ବୁଝାଯିବ ବୋଲି ଦିଲ୍ଲୀ ପୋଲିସ କହିଛି। ବିଭାଗ କହିଛି ଯେ, କାରର ପଛ ସିଟ ବେଲ୍ଟ ନଲଗାଇଲେ ୧୦୦୦ ଟଙ୍କା ଜୋରିମାନା ଲଗାଯିବ । ଏବଂ ବାଇକରେ ସାଇଡ୍ ମିରର ନଲଗାଇଲେ ୫୦୦ ଟଙ୍କାର ଚାଲାଣ କଟାଯିବ ।

ତେବେ ଏହି ନିୟମ ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ଦୁର୍ଘଟଣା କମିବ ବୋଲି ଆଶା ରଖିଛି ପରିବହନ ବିଭାଗ । କିନ୍ତୁ ଏମିତି ନିୟମକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ନିୟମକୁ ବକୱାସ୍ ବୋଲି କହିବା ସହ ଲୋକଙ୍କୁ ଗାଡ଼ି ଚଳାଇବାକୁ ପରୋକ୍ଷରେ ସରକାର ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ଜୋରିମାନା ଆଦାୟ ଲକ୍ଷ୍ୟ ନୁହେଁ, ବରଂ ଦୁର୍ଘଟଣା କେମିତି ରୋକି ହେବ ସେନେଇ କାମ କରୁଛନ୍ତି  ସରକାର।

You might also like