ରାସ୍ତାରେ ଗଡ଼ିବନି ୧୫ବର୍ଷରୁ ଅଧିକ ପୁରୁଣା ଯାନ !
ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠାସରିଛି ବୋଲି ସେ କହିଛନ୍ତି। ଏହି ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ଏବଂ ଅଟୋମୋବାଇଲ ମୂଲରେ ମଧ୍ୟ ହ୍ରାସ ଘଟିବ ବୋଲି ଗଡକରୀ ଆଶା ପ୍ରକାଶ କରିଛନ୍ତି।
ସ୍କ୍ରାପ୍ ପଲିସି ଲାଗୁହେଲେ ପୁରୁଣା ଗାଡ଼ି ହଟିବା ସହ ପ୍ରଦୂଷଣ କମିବ। ଏଥି ସହିତ ଇଲେକଟ୍ରିକାଲ ଗାଡି ଚଳାଚଳ ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ସ୍କ୍ରାପ ନୀତି ଆଣିବାକୁ ଯାଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜରେ ଯୋଗଦେବା ଅବସରରେ ନୀତିନ ସ୍କ୍ରାପ ପଲିସି କଥା କହିଥିଲେ।
ଆମେ ସ୍କ୍ରାପ ପଲିସି ନେଇ ପ୍ରସ୍ତାବ ଦେଇଛୁ। ଏହାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିଆଯିବ। ଏହି ପ୍ରସ୍ତାବ ଖୁବ୍ ଶୀଘ୍ର ଗୃହୀତ ହେବ ବୋଲି ମୋର ଆଶା। ଏହି ପଲିସି ଲାଗୁ ହେଲେ ଭାରତ ଅଟୋମୋବାଇଲ ଶିଳ୍ପର ହବ୍ ହେବ। ଯାହାଦ୍ୱାରା ଏହି ଯାନର ମ୍ୟାଟେରିଆଲ ରିସାଇକିଲିଂ ହୋଇପାରିବ। ଫଳରେ ଅଟୋମୋବାଇଲ୍ ବଜାରରେ କାର୍, ବସ୍ ଆଦି ମୂଲ୍ୟ କମ୍ ରହିବ। ଅଧିକ ବିକ୍ରି ହେଲେ ଅଟୋମୋବାଇଲ ଶିଳ୍ପର ପ୍ରଗତି ହେବ।
-ନିତିନ ଗଡକରୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ
ଆଗରୁ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଟୋମୋବାଇଲ ଓ ସ୍କାର୍ପ ପଲିସି କଥା ଉଠାଇଥିଲେ। ତେବେ ଆସନ୍ତା ଫେବୃଆରୀ ପହିଲାରେ ହେବାକୁ ଥିବା ଚଳିତ ବର୍ଷର ବଜେଟ୍ ଅବସରରେ ଏହି ପଲିସି ଲାଗୁ ନେଇ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।
ସ୍କ୍ରାପ ପଲିସି ହେଉଛି ଗାଡ଼ିର ଫିଟ୍ନେସ୍ ଟେଷ୍ଟିଂ ଓ ପଲ୍ୟୁସନ୍ ଟେଷ୍ଟିଂ। ଯଦି ଗାଡ଼ି ପ୍ରଦୁଷଣମୁକ୍ତ ଓ ଫିଟନେସ୍ ରହୁଛି, ତେବେ ଏନେଇ ଚିନ୍ତା କରିବା ଦରକାର ନାହିଁ। ଏହାର ମୂଳ ଲକ୍ଷ୍ୟ ହେଲା ପ୍ରଦ୍ୟୁଷଣ ବଢାଉଥିବା ଗାଡ଼ିଗୁଡ଼ିକୁ ରିସାଇକିଲିଂ କରି ମଡର୍ଣ୍ଣ ଯାନକୁ ବଜାରକୁ ଛାଡ଼ିବା। ତେବେ ଯାହାର ପୁରୁଣା ଗାଡ଼ି ଯିବ, ନୂଆ ଗାଡ଼ି କିଣିବା ସମୟରେ ଗ୍ରାହକଙ୍କୁ ଅତିରିକ୍ତ ରିହାତି ମିଳିବ।
-ମାକବୁଲ୍ ଅଲ୍ଲୀ
ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି, କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି #India pic.twitter.com/zmzieQWyaC
— ଓଟିଭି (@otvkhabar) January 16, 2021
ପୂର୍ବରୁ ମଧ୍ୟ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ନୋ ପରମିଶନ୍ ପାଇଁ ଚର୍ଚ୍ଚା ହେଉଥିଲା। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସ୍କ୍ରାପ୍ ପଲିସି ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍ଡ ସ୍କ୍ରାପ୍ ସେଣ୍ଟର ଖୋଲିବା ନେଇ ମତାମତ ମଗାଯାଇଥିଲା ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ଭିତରେ ଛନକା ପଶିଥିଲା। କିନ୍ତୁ ଏହାର କେଇ ଘଣ୍ଚା ପରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକ ବନ୍ଦ ହେବନି। ଖୋଦ୍ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।
At present there is no policy to scrap more than 15 year old vehicles. The owners of fifteen year old Non Transport vehicles can renew the RC at RTO office.
The validity of registration of transport vehicle is valid as long as its fitness certificate is valid. pic.twitter.com/rgKc3HUG6x— STA Odisha (@STAOdisha) November 26, 2019